-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
27-Mar-2024
ବଲାଙ୍ଗିର(ଚିତ୍ରସେନ ବେହେରା ): ଫାଲଗୁନ ପୂର୍ଣ୍ଣମୀ ତିଥିରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବଲାଙ୍ଗିର ବରପାଲି ପଡା ସ୍ଥିତ ପଞ୍ଚସଖା ଗଳି ରେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳନ ସହିତ ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗତକାଲି ସନ୍ଧ୍ୟାରେ ତାଲପାଲି ପଡା ରୁ ଭଗବାନ ଶ୍ରୀକୃଷ୍ଣ ହରି ଙ୍କ ଶୋଭାଯାତ୍ରା ବାସୁଦେବ ମେହେର ଙ୍କ ଘରୁ ହରି ଙ୍କ ସୁସଜ୍ଜିତ ବିମାନ ବାହାରିଥିବା ବେଳେ ପଞ୍ଚସଖା ଗଳି ର ମାନଭଞ୍ଜନ ମିଶ୍ର ଙ୍କ ଘରୁ ମହାଦେବ ଙ୍କ ବିମାନ ବାହାରିଥିଲା ଉଭୟ ପରିବାର ସହିତ ପଡା ର ବାସିନ୍ଦା ଦୁଇ ଦୁଇ ଦେବ ଙ୍କ ଶୋଭା ଯାତ୍ରାରେ ଘଣ୍ଟ ସଙ୍ଖ ଓ ଡିଜେ ର ତାଳେ ତାଳେ ଯାଇ ଦୁଇ ଦେବ ଙ୍କ ହରିହର ଭେଟ ହୋଇ ଥିଲା। ଉଭୟ ଦେବ ଙ୍କୁ ସୁସଜ୍ଜିତ ମଣ୍ଡପ ରେ ରଖାଯାଇଥିଲା ଓ ପୂଜା ଅର୍ଚନା କରାଯାଇ ଥିଲା। ଆଜି ସକାଳୁ ପଡା ବାସିନ୍ଦା ମାନେ ଅବିର ରଙ୍ଗ ରେ ଖେଳାଖେଳି ହୋଇ ପରସ୍ପର କୁ ରଙ୍ଗ ଲଗାଇଥିଲେ ଓ ରଙ୍ଗ ଖେଳି ଥିଲେ। ଉଭୟ ଦେବ ଙ୍କୁ ସୁସଜ୍ଜିତ ବିମାନରେ ବସାଇ ମନ୍ଦିରରେ ପହଂଚି ଥିଲା। ପରେ ସମସ୍ତଙ୍କୁ ଅନ୍ନ ଭୋଗ ରେ ଆପ୍ୟାୟିତ କରାଯାଇ ଥିଲା ଯେଉଁଥିରେ ଅଞ୍ଚଳର ଲୋକେ ଯୋଗଦାନ କରିଥିଲେ।