-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
27-Mar-2024
ବଲାଙ୍ଗୀର, ସ୍ୱେଚ୍ଛାସେବୀ ସଂଗଠନ କିରଣ ଓ ରାଧାକୃଷ୍ଣ ମନ୍ଦିର ତରଫରୁ ହରିହରଙ୍କ ଭେଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ସୋମବାର ସନ୍ଧ୍ୟାରେ ସୁସଜ୍ଜିତ ବିମାନ ଯୋଗେ ଶତାଧିକ ଭକ୍ତ ମେଳରେ ଦେବ ଦେବ ମହାଦେବ ଙ୍କୁ ଶାସ୍ତ୍ରୀନଗର ଠାରୁ ସଂକିର୍ତ୍ତନ ସହ ପଡା ପରିକ୍ରମା କରି ପେଲେସ ଲାଇନ ସ୍ଥିତ ରାଧାକୃଷ୍ଣ ମନ୍ଦିରକୁ ଅଣାଯାଇଥିଲା । ସେଠାରେ ଶ୍ରୀହରି ଓ ଶ୍ରୀହରଙ୍କ ମିଳନ ଫଗୁ ରଂଗରେ ଅନୁଷ୍ଠିତ ହୋଇଥିଲା । ଶ୍ରୀ ହରି ହରଙ୍କ ମହାମିଳନ ପରେ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ଆଳତି କରାଯାଇଥିଲା । ଶ୍ରୀ ହରିଙ୍କ ପକ୍ଷରୁ ସନ୍ତୋଷ କୁମାର ସା ଓ ପଦ୍ମିନୀ ସା ଏବଂ ଶ୍ରୀ ହରିଙ୍କ ପକ୍ଷରୁ ଅନଙ୍ଗ ତ୍ରିପାଠୀ ସ୍ୱସ୍ତ୍ରିକ କର୍ତ୍ତାଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ପୂଜାର୍ଚ୍ଚନା ଓ ହୋମଯଜ୍ଞ ରାଧଅକୃଷ୍ଣ ମନ୍ଦିର ପୂଜକ ଅଜୟ ମିଶ୍ର ଓ ଖଗେଶ୍ୱର ମିଶ୍ର ପରିଚାଳନା କରିଥିଲେ । କିରନ ର ସଂଗଠକ ମଧୁ ସାହୁ, ସଭାପତି ନରେନ୍ଦ୍ର ପଧାନ, ସଂପାଦକ ନୟନ କୁମାର ସା, ତ୍ରିଲୋକ ସିଂ, ଭାଗବତ ସାହୁ, ଶୋଭାବତୀ ସାହୁ, ବିଲାସ ସାହୁ, କାଞ୍ଚନ ବିଶି, ନରହରି ବିଶି, ଗୁଣହଂସ, ମାନନୀ ହଂସ, ଫକିର ମୋହନ ସାହୁ, ଭାଷ୍କର ନାୟକ, ପଦ୍ମାଳୟା ଦାସ, ପଦ୍ମିନୀ ସାହୁ, ସୁନିତା ପଟେଲ, ଦମୟନ୍ତି ସାହୁ ଓ କିରଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ । ଅନ୍ୟ ପକ୍ଷରେ ରାଧାକୃଷ୍ଣ ମନ୍ଦିର କମିଟିର ଜୟଚନ୍ଦ୍ର ସାହୁ, ଭକ୍ତବନ୍ଧୁ ଯୋଷୀ, ଭରତ ମେରେ, ସୁସ୍ନା ମହାନ୍ତି, କୃପାସିନ୍ଧୁ ପାଢି ଓ ସମସ୍ତ ସଭ୍ୟ / ସଭ୍ୟା ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।