-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
27-Mar-2024
ବଲାଙ୍ଗୀର, ସଂସ୍କୃତ ପରିଷଦ ବଲାଙ୍ଗିର ପକ୍ଷରୁ ନୃସିଂହ ମନ୍ଦିର ପରିସରରେ ସଂପାଦକ ଆଇନଜିବୀ ଜୟରାମ ମିଶ୍ରଙ୍କ ଆହ୍ୱାନ କ୍ରମେ ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ନୀଳମଣି ମିଶ୍ର ସଭାପତି ଦାୟିତ୍ୱ ତୁଳାଇଥିବା ବେଳେ ବ୍ରଜ ବିହାରୀ ତ୍ରିପାଠୀ ବେଦ ପଠନ ଓ ଶାନ୍ତି ମନ୍ତ୍ର ପାଠ କରିଥିଲେ । କୋଷାଧ୍ୟକ୍ଷ ରାଜ କିଶୋର ପଣ୍ଡା ଗତ ଅଧିବେଶନର ବିବରଣୀ ପାଠ କରିଥିଲେ । ମୁଖ୍ୟବକତା ଭାବରେ ରାଜେନ୍ଦ୍ର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ସତ୍ୟବନ୍ତ ବେଦବାକ୍ ଯୋଗ ଦେଇ ଭଗବତ ଗୀତାର ତୃତୀୟ ଅଧ୍ୟାୟ ର କେତୋଟି ଉପାଦେୟ ଶ୍ଲୋକକୁ ପ୍ରାଞ୍ଜଳ ଭାବରେ ବୁଝାଇ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ଆସନ୍ତା ତା.୧୪.୦୪.୨୦୨୪ ଦିନ ନୃସିଂହ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ ହେବା ପ୍ରସ୍ତାବ ସ୍ଥିର କରାଯାଇଛି । ମୁଖ୍ୟବକ୍ତା ଭାବେ ସତ୍ୟବନ୍ତ ବେଦବାକ ଯୋଗ ଦେବେ । ଏଣୁ ସମସ୍ତେ ନିଶ୍ଚିତ ଭାବେ ଅପରାହ୍ନ ୪ଟା ସମୟରେ ପହଂଚି ସହଯୋଗ କରିବେ । ପର୍ଶୁରାମ ନାୟକ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଦେଇ ସାରିବା ପରେ ସଭାପତି ସଭା ସାଙ୍ଗ ଘୋଷଣା କରିଥିଲେ । ବରିଷ୍ଠ ସଭ୍ୟ ଆହ୍ଲାଦ କୁମାର ପୂଜାରୀ ସହଯୋଗ କରିଥିଲେ ।