-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
24-Mar-2024
ବଲାଙ୍ଗିର- ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ ପରିଷଦର ସହଯୋଗରେ ସଦାଇପାଲି ପଲ୍ଲିଶ୍ରୀବିହାର ରାଧାକୃଷ୍ଣ ମନ୍ଦିର ପରିସର ରେ ଆସନ୍ତା ମାର୍ଚ୍ଚ ୩୧ ରବିବାର ଦିନ ସକାଳ ୯ ଟା ରୁ ଅନୁଷ୍ଠିତ ହେବ ବୋଲି ଆଜିର ପ୍ରସ୍ତୃତି ବୈଠକରେ ଘୋଷଣା କରା ଯାଇଥିଲା । ଏହି ବୈଠକରେ ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ ପରିଷଦର ସଭାପତି ଡ. ନାରାୟଣ ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ । ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ତରଫରୁ ଅଶୋକ ପଧାନ ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରି ଏହି ଉତ୍ସବକୁ କନ୍ଧମାଳ ଜିଲ୍ଲା ସହ ପଶ୍ଚିମ ଓଡିଶାର ୧୧ ଟି ଜିଲ୍ଲାରୁ ଶତାଧିକ ସଂକୀର୍ତ୍ତନ କଳାକାରଙ୍କ ସହ ୧୫ ଟି ସଂକୀର୍ତ୍ତନ ଦଳ ଯୋଗଦାନ କରିବା ନେଇ ସୂଚନା ପ୍ରଦାନ କରିଥିଲେ । ସମସ୍ତ ୧୫ ଟି ସଂକୀର୍ତ୍ତନ ଦଳ ସଦାଇପାଲି ଗ୍ରାମରେ ନଗର କୀର୍ତ୍ତନ କରିବାପରେ ପରିଷଦର ବୈଠକ ବସିବ । ସଂକୀର୍ତ୍ତନ କଳାକାର ମାନଙ୍କ ସମସ୍ୟାର ସମାଧାନ ସହ ଭାଗବତ ଟୁଙ୍ଗୀ ମାନଙ୍କ ପୁନଃଉଦ୍ଧାର ବିଷୟ ରେ ଆଲୋଚନା ହୋଇଥିଲା l କୃତୀ କଳାକାର ମାନଙ୍କୁ ସମର୍ଦ୍ଧିତ କରି ଏକ ସ୍ମରଣୀକା ଉନ୍ମୋଚନ କରାଯିବ ବୋଲି ସଭାରେ ସୂଚନା ଦିଆ ଯାଇଥିଲା । ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଆଜିର ବୈଠରେ ବିଭିନ୍ନ ଉପ-ସମିତି ଗଠନ କରାଯାଇଛି । ଆୟୋଜକ କମିଟୀ ର ଉପଦେଷ୍ଟା ସମାଜସେବୀ ଡ. ଶ୍ରୀକର ମିଶ୍ର ଅଭ୍ୟର୍ଥନା କମିଟୀର ଦାୟୀତ୍ୱ ବହନ କରିଥିବା ବେଳେ ନଗର କୀର୍ତ୍ତନ ପରିଚାଳନା ରେ ସଂଯୋଜକ ଭରତ ସାହୁ, ପୁଇଁନ୍ତଲା ବ୍ଲକ ସଭାପତି ଗୌରାଙ୍ଗ ମିଶ୍ର, ଆଗଲପୁର ବ୍ଲକ ସଭାପତି ଗୌର ପଟେଲ ଓ ଲୋଇସିଂହା ବ୍ଲକ ସଭାପତି ଚୈତନ୍ୟ ପଧାନ କାର୍ଯ୍ୟ ତୁଳାଇବା ପାଇଁ ନିଷ୍ପତ୍ତି ହୋଇଛି । ଅନ୍ୟ ମାନଙ୍କ ମଧ୍ୟରେ ଡା. ପ୍ରମୋଦ କୁମାର ମିଶ୍ର, ଆଦିତ୍ୟ ପଟ୍ଟନାୟକ, ପ୍ରଫୁଲ୍ଲ ମିଶ୍ର, ଶମ୍ଭୁ ପ୍ରସାଦ ନାଏକ, ରାଧାକାନ୍ତ ନାଏକ, ରୁଦ୍ରପ୍ରସାଦ ସାଏ, ପ୍ରେମାନନ୍ଦ ସାଏ, ପ୍ରତାପ ଯୋଶୀ, ଶାନ୍ତନୁ ମିଶ୍ର, ବିରଂଚି ସାଏ, ଭାଗବତିଆ ଅଦାବରିଆ, ସୁବାଷ ଦାଶ, ଦିଗାମ୍ବର ସାଏ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ବଲାଙ୍ଗିର ବ୍ଲକ ସଭାପତି ରମେଶ ଚନ୍ଦ୍ର ନାଏକ ଧନ୍ୟବାଦ ଦେଇଥିଲେ ।