-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
24-Mar-2024
ଗଣିଆ : ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟ ରେ ପ୍ରଚାର ପ୍ରସାର ନିମନ୍ତେ ଓଡ଼ିଶା ନାଲେଜ୍ କର୍ପୋରେସନ ତରଫରୁ ଆଜି ଗଣିଆ ବ୍ଲକ୍ ଅରୋମୀରା ଇନଷ୍ଟିଚ୍ୟୁଟ ଅଫ ଏଯୁକେସନ୍ ଆଣ୍ଡ ଟେକ୍ନୋଲୋଜି ଏକ ବୈଷୟିକ ଶିକ୍ଷା ରଥ ପରିକ୍ରମା କରିଛି। ଡିଜିଟାଲ ସାକ୍ଷରତା, ସ୍ପୋକେନ୍ ଇଂଲିଶ୍ ଓ ଏଆଇ ବିନା ମୂଲ୍ୟ ରେ କିପରି ଶିକ୍ଷା ଲାଭ କରିବେ ସେ ସମ୍ପର୍କରେ ରେ ଅବଗତ କରାଯାଇଛି। ସକାଳ ଦଶ ଘଟିକା ସମୟ ରେ ଗଣିଆ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଗିରିଧାରୀ ସେଠୀ ରିବନ୍
କଟିଂ ଓ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ପୀଠ ରେ ପୂଜାର୍ଚ୍ଚନା କରି ରଥ ର ସ୍ବାଗତ କରାଯାଇଥିଲା। ତାଙ୍କ ସମେତ ଅରୋମୀରା ଇନଷ୍ଟିଚ୍ୟୁଟ ଅଫ ଏଯୁକେସନ୍ ଆଣ୍ଡ ଟେକ୍ନୋଲୋଜି ର ସ୍ୱତାଧିକାରି ବିଜୟଲକ୍ଷ୍ମୀ ରାଉତ , ପରିଚାଳକ ସୁବ୍ରତ କୁମାର୍
ରାଉତ,ଅଧ୍ୟାପକ ମହେନ୍ଦ୍ର ବେହେରା , ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ରାଉତ ଓ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇନେଇଥିଲେ। ଚାକିରି କ୍ଷେତ୍ର ରେ ଏହି ପାଠ୍ୟକ୍ରମ ନିତ୍ୟାନ୍ତ ଆବଶ୍ୟକ ବୋଲି ସଂସ୍ଥା ଅଧୀନରେ ଥିବା କେନ୍ଦ୍ର (ଅରୋମୀରା କମ୍ପୁଟର) ନିର୍ଦେଶକ କହିଛନ୍ତି। ଏହି ରଥ ଗଣିଆ ବ୍ଲକ୍ ର ସମସ୍ତ ପଞ୍ଚାୟତ ରେ ପହଂଚି କମ୍ପୁଟର ପାଠ୍ୟକ୍ରମ ର ସଚେତନ ବାର୍ତ୍ତା ଗୀତ ଓ ଲିଫ୍ଲେଟ୍ ବଣ୍ଟନ ଦ୍ୱାରା କରାଯାଇଥିଲା। ସମଗ୍ର ଜିଲ୍ଲାରେ ରେ ଏହି ବାର୍ତ୍ତା ପହଞ୍ଚିବ ବୋଲି ସୂଚନା ମିଳିଛି। (ଗଣିଆ ରୁ ବିଜୟଲକ୍ଷ୍ମୀ ରାଉତ ଙ୍କ ରିପୋର୍ଟ )