-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||     

HOME   ରାଜ୍ୟ

ଆକାଶ ପାଠକଙ୍କର ରିମାଣ୍ଡ ଶେଷ, ଏବେ ବାପା ଅଭୟକାନ୍ତଙ୍କ ପାଳି ଫ୍ଲାଇଟ ଟିକେଟ ବୁକିଂ ନେଇ ଟ୍ରାଭେଲ ଏଜେନ୍ସି ସ୍କାଏ କିଙ୍ଗକୁ ପଠାଉ ଥିବା ମେଲକୁ ଯାଞ୍ଚ କରୁଛି ପୁଲିସ

22-Dec-2020



ଭୁବନେଶ୍ବର,(ଶୁଭାଶିଷ ନାୟକ) : ଚାର୍ଟର ବିମାନ ଭଡ଼ା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକଙ୍କର ଚାରି ଦିନିଆ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଆଜି ପୂର୍ବାହ୍ନରେ ଏସଡିଜେଏମ୍ କୋର୍ଟରେ ହାଜର ପରେ ସେ ଜେଲକୁ ଫେରିଛନ୍ତି । ଠକେଇ ମାମଲାରେ ଆକାଶଙ୍କ ଠାରୁ ପୁଲିସକୁ ବହୁ ତଥ୍ୟ ମିଳିଛି । ବିମାନ ବୁକିଂ ନେଇ ଟ୍ରାଭେଲ ଏଜେନ୍ସି ସ୍କାଏ କିଙ୍ଗକୁ ଯେଉଁ ମେଲ୍ ପଠାଉଥିଲେ ତାକୁ ତଦନ୍ତ ଘେରକୁ ନେଇଛି ପୁଲିସ । ତାଙ୍କଠାରୁ ଦସ୍ତଖତ ସଂଗ୍ରହ କରାଯାଇ ମେଳ କରିବା ପାଇଁ ଫରେନସିକ୍ ଲାବରେଟୋରିକୁ ପଠାଯିବ । ସେହିପରି ସ୍କାଏ କିଙ୍ଗକୁ ଦିଆଯାଇଥିବା ଟଙ୍କାର ବିଲ୍ ମଧ୍ୟ ଜବତ କରିଛି ପୁଲିସ ।

ଆକାଶଙ୍କ ବାପା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି ପୁଲିସ । ଅଭୟକାନ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ଜେରା କରିବାକୁ ଖାରବେଳନଗର ଥାନା ପୁଲିସ ଏସଡିଜେଏମ୍ କୋର୍ଟରେ ଆବେଦନ କରିଛି । ଆକାଶ ଠକେଇ କରିଥିବା ବେଳେ ବାକି ୬୫ ଲକ୍ଷ ଟଙ୍କା ଯେତେବେଳେ ସ୍କାଏ କିଙ୍ଗ ପକ୍ଷରୁ ମଗା ଯାଇଥିଲା ସେତେବେଳେ ଅଭୟକାନ୍ତ ଧମକଚମକ ଦେଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ପୁଲିସ ମାମଲା ମଧ୍ୟ ରୁଜୁ କରିଛି । 

ସେହିପରି ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଏହି ଠକେଇ ମାମଲାରେ ଜେରା ବେଳେ ଆକାଶ ବାପା ଅଭୟକାନ୍ତଙ୍କ ସମ୍ପର୍କରେ କିଛି ତଥ୍ୟ ଦେଇଥିଲେ । ସେହି ତଥ୍ୟକୁ ଯାଞ୍ଚ କରିବା ଲାଗି ଅଭୟକାନ୍ତଙ୍କୁ ରିମାଣ୍ଡରେ ଆଣୁଛି ପୁଲିସ । କିନ୍ତୁ ଏ ନେଇ ପୁଲିସ ମୁହଁ ଖୋଲିବାକୁ ମନା କରି ଦେଇଛି । ଆସନ୍ତାକାଲି (ମଙ୍ଗଳବାର) ରିମାଣ୍ଡ ଆବେଦନର ଶୁଣାଣି ହୋଇପାରେ । ଅପରପକ୍ଷରେ କୋର୍ଟଚାଲାଣ ସମୟରେ ଆକାଶ ଗଣମାଧ୍ୟମକୁ କହିଥିଲେ ମୁଁ ଠକେଇ କରିନାହିଁ କି ଏ ସମ୍ପର୍କରେ ପୁଲିସ ଆଗରେ କିଛି ସ୍ୱୀକାର କରି ନାହିଁ ।

ସୂଚନାଯୋଗ୍ୟ, ଚାର୍ଟର ବିମାନ ଭଡ଼ା ଠକେଇ ନେଇ ଗତ ୧ ତାରିଖରେ ସ୍କାଏ କିଙ୍ଗ ପକ୍ଷରୁ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଥିଲା । ଆକାଶ ଟାଟା ମୋଟର୍ସର ଏମ୍‌ଡି ପରିଚୟ ଦେଇ ବିମାନ ବୁକିଂ କରିଥିବା ଅଭିଯୋଗ ହୋଇଥିଲା । ସେ ଟାଟା ମୋଟର୍ସର କର୍ମଚାରୀ କି ନୁହେଁ ତାହା ଜାଣିବା ଲାଗି କମିସନରେଟ ପୁଲିସ ପକ୍ଷରୁ ଏକ ଚିଠି ଲେଖା ଯାଇଥିଲା । ଏହାର ଉତ୍ତର ଦେଇ ଟାଟା ମୋଟର୍ସ ପକ୍ଷରୁ କୁହା ଯାଇଥିଲା ଆକାଶ କେବେ ବି ତାଙ୍କର କର୍ମଚାରୀ ନ ଥିଲେ ।
ନୂଆ ବର୍ଷ ଶୁଭେଚ୍ଛା ଜଣାଇଲେ ଭାବୀ ପତ୍ନୀ!
ଆକାଶଙ୍କୁ କୋର୍ଟରେ ହାଜର କରାଯାଇ ଅଣା ଯାଉଥିବା ସମୟରେ ତାଙ୍କର ଭାବୀ ପତ୍ନୀ ବାହାରେ ଅପେକ୍ଷା କରିଥିଲେ। କଡ଼ା ସୁରକ୍ଷା ବଳୟରେ ଥିବା ଆକାଶଙ୍କ ସହ କିଛି କଥା ହେବାକୁ ଚାହୁଁଥିଲେ ମଧ୍ୟ ସମ୍ଭବ ହୋଇ ପାରି ନ ଥିଲା । ଆଖିର ଇସାରାରେ କିଛି କଥାବାର୍ତ୍ତା ହୋଇଥିଲେ । ତେବେ ନୂଆବର୍ଷର ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ ବୋଲି କୁହାଯାଉଛି । ଆକାଶଙ୍କୁ ପୁଲିସ ଗାଡ଼ିରେ ବସାଇ ନେଇ ଯାଇଥିଲା । ବିବାହର ମାତ୍ର ୧୫ ଦିନ ପୂର୍ବରୁ ଗିରଫ ଘଟଣାକୁ କେବେ ମଧ୍ୟ ସ୍ବପ୍ନରେ ଭାବି ପାରି ନ ଥିଲେ ଉଭୟ । ଏହି ଘଟଣାକୁ ସହଜରେ ହଜମ ମଧ୍ୟ କରିପାରୁ ନାହାନ୍ତି। ପୂର୍ବରୁ ମଧ୍ୟ ଥରେ ସେ କୋର୍ଟକୁ ଭେଟିବାକୁ ଆସିଥିଲେ।


News Comment




Photo in News

Advertisment
Lastest News
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026

You Might Also Like