-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
03-Mar-2024
ବଲାଙ୍ଗିର (ଦେବାଶିଷ ବହିଦାର ): ପଶ୍ଚିମ ଓଡିଶା ହେଉଛି ଦାଦନ ପ୍ରବଣ ଅଞ୍ଚଳ ସେଥିପାଇଁ ଏହି ଅଞ୍ଚଳରୁ ପ୍ରତିବର୍ଷ ହଜାର ହଜାର ପରିବାର ପଡୋଶୀ ରାଜ୍ୟକୁ ପେଟ ଚାଖଣ୍ଡକ ପାଇଁ ଦାଦନ ଖଟିବାକୁ ଯାଇଥାନ୍ତି। ସେହି ଦୃଶ୍ୟକୁ ଅତି ପାଖରୁ ଦେଖୁଥିବା ବଲାଙ୍ଗିର ଜିଲ୍ଲାର ଜଣାଶୁଣା ଲେଖକ ଏବଂ ନିର୍ଦେଶକ ଚୁଡାମଣି ମୁଦୁଲି ଓ ପ୍ରଯୋଜକ ଗୋପୀନାଥ ଦଣ୍ଡସେନା ଙ୍କ କାଇଁଚ ମିଡିଆ ର ଷଷ୍ଠ ଅବଦାନରେ କୋଶଲୀ ସିନେମା 'ବଏନା' ର ଆଜି ଶୁଭ ମହୁରତ ସ୍ଥାନୀୟ ଟାଉନ୍ ବାଲିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିର ଠାରେ ହୋଇଯାଇଛି। ନିରଞ୍ଜନ ପଣ୍ଡାଙ୍କ ସଭାପତିତ୍ବରେ ଅଭିନେତା ହିମାଂଶୁ ଖମାରୀ, ପ୍ରଯୋଜକ ସୁଶାନ୍ତ ନନ୍ଦ, ପ୍ରଯୋଜକ ବିନୋଦ କାଲସାଏ ଏବଂ ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ମଞ୍ଚାସୀନ ରହି ଆମ ଅଞ୍ଚଳରେ କଲାକାର ଭରପୁର ଅଛନ୍ତି ହେଲେ ସୁଯୋଗ ଅଭାବରୁ ବହୁ କଲାକାର ବଣର ମଲ୍ଲୀ ହୋଇ ମଉଳି ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ କାଇଁଚ ମିଡିଆ ବହୁ ନୁଆଁ କଲାକାରକୁ ସୁଯୋଗ ଦେଇ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅତିଥି ପରିଚୟ ପ୍ରଦାନ ଅର୍ଜୁନ କୁମାର ସାହୁ କରିଥିବା ବେଳେ ସଭାକୁ ରାଜେଶ ଦଣ୍ଡସେନା ପରିଚାଳନା କରିଥିଲେ।
ଏହି ଅବସରରେ ନିମାଇଁ ଚରଣ ପାଣିଗ୍ରାହୀ, ଅଶୋକ ମିଶ୍ର, ନେପାଳ ବାଗ, ରବିନ୍ଦ୍ର ଠେଟୁଆଲ, ସନ୍ତୋଷ ହୋତା, ବ୍ରହ୍ମାନନ୍ଦ ବନଛୋର, ମାନସୀ ସାହୁ, ରୁଦ୍ରଦେବ ସାହୁ, ଭବାନୀ ମିଶ୍ର, ସୁଶାନ୍ତ ବାଗ, ରାଜୀବ ବେହେରା ପ୍ରମୁଖ ସିନେମା ସମ୍ପର୍କରେ ନିଜ ବକ୍ତବ୍ଯ ରଖିଥିଲେ। ସହଯୋଗରେ ମିଲନ ପଣ୍ଡା, ସୁଦେଷ୍ନା ମିଶ୍ର, କୃଷ୍ଣଚନ୍ଦ୍ର ବାଗ, ସୁଷମା ବାଗ, ରୋଜିସ୍ମିତା ହୋତା, କୁମୁଦିନୀ ପୃଷ୍ଟି ପ୍ରମୁଖ ସହଯୋଗ କରିଥିଲେ। ବିବେକ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।