-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
03-Mar-2024
ବଲାଙ୍ଗିର (ଚିତ୍ରସେନ ବେହେରା): ଆଜି ଜାତୀୟ ପୋଲିଓ ଦିବସ ଉପଲକ୍ଷେ ବଲାଙ୍ଗିର ସହରର ଶାସ୍ତ୍ରୀ ନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଉକ୍ତ ଅଭିଯାନର ଶୁଭାରମ୍ଭ ଅବସରରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କୁବେର ଚନ୍ଦ୍ର ମହାନ୍ତ ଉପସ୍ଥିତ ଶିଶୁ (୦ ରୁ ୫ ବର୍ଷ ) ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇ ପୋଲିଓ ଅଭିଯାନ କୁ ଶୁଭ ଉଦଘାଟନ କରିଥିଲେ ।
ଏଥିରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ଦିବ୍ୟ କିଶୋର ପତି , ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଶୁଧା ବ।ର୍ଲା , ଡ଼. ଶ୍ୟାମ ସୁନ୍ଦର ଆଡାନ (SMO) ଡ଼. ରାକେଶ ରଞ୍ଜନ ମୁଣ୍ଡ (ମେଡିକାଲ ଅଫିସର , ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର , ଶାସ୍ତ୍ରୀ ନଗର), ଗୁରୁଦେବ କୁମ୍ଭାର (DM RCH), ଏ ପି ଏମ୍ ରାମାନୁଜ ପଣ୍ଡା , ପିଟରସନ ଭୋଇ (RUCCM), ଆଇ ସି ଏ ସୁଦାମ ପ୍ରଧାନ ତଥା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ଦ୍ଦେଶକ ସତ୍ୟ ରଞ୍ଜନ ମିଶ୍ର ଓ ଚେୟାରମ୍ୟାନ ରବି ରଞ୍ଜନ ପୂଜାରୀ ଉପସ୍ଥିତ ଥିଲେ l ସ୍ୱାସ୍ଥ୍ୟ କେନ୍ଦ୍ର ସଭ୍ୟ ସଭ୍ୟା ତଥା ସ୍ୱାସ୍ଥ୍ୟ କର୍ମୀ ପିଙ୍କି ସାହୁ ଙ୍କ ତତ୍ତ୍ୱବଧାନ ରେ ପୋଲିଓ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା ହୋଇଥିଲା l
ଉପରୋକ୍ତ କାର୍ଯ୍ୟକ୍ରମ ୩ ମାର୍ଚ ଠାରୁ ୫ ମାର୍ଚ ତିନି ଦିନ ଧରି ସକ।ଳ ୮ ଘଣ୍ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ
ଚାଲୁରହିବ । ଚଳିତ ବର୍ଷ ପୋଲିଓ ଟୀକାକରଣ ଅଭିଯାନ ମାଧ୍ୟମରେ ୫ବର୍ଷ ରୁ କମ ବୟସର ସର୍ବମୋଟ ୧,୩୧,୫୦୯ ଶିଶୁ ଙ୍କୁ ୧,୪୧୬ ବୁଥ ମାଧ୍ୟମରେ ଟୀକାଦାନ କରାଯିବ । ତ।‘ ସହ ୨,୮୩୪ ଟିମ ସହାୟତାରେ ୪,୬୭,୩୫୩ ଘରକୁ ଘର ବୁଲି ବୁଲି ଟିକାକରଣ କରିବାର ବ୍ୟବସ୍ଥା କରାଯାଇଛି । ଏହା ସହ ୪୧ ଟି ଟ୍ରାନଜିଟ ଟିମ , ୧୩ ଟି ଭ୍ରାମ୍ୟମାଣ ଟିମ ର ବ୍ୟବସ୍ଥା କରାଯାଇଛି ।
ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପନ୍ନ କରିବା ପାଇଁ ୧୬୩ ଜଣ ନିରୀକ୍ଷକଙ୍କ ବ୍ୟବସ୍ଥା କରାଯାଇଛି । ସର୍ବମୋଟ ୩୧୦୮ ଜଣ ସ୍ୱାସ୍ଥ୍ୟ କର୍ମୀ ତଥା ସ୍ଵେଚ୍ଛାସେବୀଙ୍କ ସହଯୋଗରେ କାର୍ଯ୍ୟକ୍ରମକୁ ସଫଳ କରାଯିବ ବୋଲି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ମହାନ୍ତ ଜଣାଇଛନ୍ତି ।