-+91-9937148622 |

prerana_bgr@rediffmail.com |

  Monday 24th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   (24-Aug-2026)       ||      ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    (24-Aug-2026)       ||      ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   (24-Aug-2026)       ||      କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   (23-Aug-2026)       ||      ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର    (23-Aug-2026)       ||      ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||      ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   (23-Aug-2026)       ||      ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   (23-Aug-2026)       ||      ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ    (23-Aug-2026)       ||      କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ    (23-Aug-2026)       ||      ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   (23-Aug-2026)       ||      ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   (23-Aug-2026)       ||      *ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   (23-Aug-2026)       ||      ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   (23-Aug-2026)       ||      ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   (23-Aug-2026)       ||      *ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*-   (23-Aug-2026)       ||      ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||      ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||     

HOME   ଜିଲ୍ଲା

ଟିଟିଲାଗଡ ଠାରେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ

03-Mar-2024



ଟିଟିଲାଗଡ(ପ୍ରେରଣା ଖବର): ଆଜି ଟିଟିଲାଗଡ଼ ସ୍ଥିତ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନର ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାସ୍ତରୀୟ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୫ଟି  ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଯୋଗଦାନ ଦେଇ ନୂଆ ଓଡିଶା ଗଠନରେ ଯୁବଶକ୍ତିର ଯୋଗଦାନ ପାଇଁ ପ୍ରେରଣା ଦେଇଥିଲେ । ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ, ଏହା ଯୁବକଯୁବତୀମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି । ନିଜ ବକ୍ତବ୍ୟରେ ଶ୍ରୀ ପାଣ୍ଡିଆନ କହିଥିଲେ ଯେ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ସାଇନ୍ସ ଲାବ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିହିତ ପଦକ୍ଷେପ ନିଆଯାଉଛି I ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ନୂଆ-ଓ କାର୍ଯ୍ୟକ୍ରମ ସୁଯୋଗ ଆଣିଛି ବୋଲି ସେ ମତ ପ୍ରକାଶ କରିଥିଲେ I ଏହି ଅବସରରେ ୫ଟି  ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ମହାବିଦ୍ୟାଳୟର କିଛି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରି

ଏହି ଛାତ୍ର ବୃତ୍ତିର ଶୁଭାରମ୍ଭ କରିଥିଲେ | ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ମହିଳା ମହାବିଦ୍ୟାଳୟ, ଟିଟିଲାଗଡର ଛାତ୍ରୀ  ଅପର୍ଣ୍ଣା ବେହେରାଙ୍କୁ ଟ.୧୦,୦୦୦ /-, କଣ୍ଟାବାଞ୍ଜି ଧନ୍ଦାମୂଳକ (ସ୍ନାତକ) ମହାବିଦ୍ୟାଳୟର ଛାତ୍ର ଚିରାଗ ଅଗ୍ରୱାଲଙ୍କୁ ଟ.୯୦୦୦/-, ମହିଳା ମହାବିଦ୍ୟାଳୟ, କଣ୍ଟାବାଞ୍ଜିର ଛାତ୍ରୀ  ଗୀତାଞ୍ଜଳି ସାହୁଙ୍କୁ  ଟ.୧୦୦୦୦/- , ବଙ୍ଗମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର  ଭୀକୁ ସାହୁଙ୍କୁ ଟ.୯୦୦୦/-, ପଞ୍ଚୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ, ମୁରିବାହଲର ଛାତ୍ରୀ ନିକିତା କମ୍ପଙ୍କୁ ଟ.୧୦୦୦୦/-, ଡିଏଭି ମହାବିଦ୍ୟାଳୟ, ଟିଟିଲାଗଡର ଛାତ୍ର ଶିଲ୍ପ ରଞ୍ଜନ ପାନିକାଙ୍କୁ ଟ.୯୦୦୦/-, ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ, ସଇଁତଳାର ଛାତ୍ର ରୋହନ କୁମାର ପଟେଲଙ୍କୁ ଟ.୯୦୦୦/-, ତୁଷରା ସ୍ନାତକ ମହାବିଦ୍ୟାଳୟର ଛାତ୍ର  ଅଙ୍କିତ କୁମାର ହରପାଲଙ୍କୁ  ଟ.୧୦୦୦୦/- ଟଙ୍କା ଛାତ୍ରବୃତ୍ତି ଦିଆଗଲା |

। ଛାତ୍ରଛାତ୍ରୀଙ୍କ ପ୍ରତିଭାରେ ସାରା ଓଡିଶା ଓ ଦେଶ ଗର୍ବ କରୁ ଏବଂ ସେମାନଙ୍କର ଦକ୍ଷତା ଅଧିକ ବିକାଶ ତଥା ସୁନ୍ଦର ଭବିଷ୍ୟତ ପାଇଁ ଓଡିଶା ସରକାର ନୂଆ ଓ ଛାତ୍ରବୃତ୍ତି ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ I ଅର୍ଥ ଅଭାବରୁ କୌଣସି ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରିବାରୁ ବଞ୍ଚିତ ନ ହୁଅନ୍ତୁ ସେଥି ପାଇଁ ଆରମ୍ଭ ହୋଇଛି ନୂଆ-ଓ ଛାତ୍ରବୃତ୍ତି I ଏହି ଯୋଜନା ଅନ୍ତର୍ଗତ ସାଧାରଣ ଓ ଓବିସି ବର୍ଗର ପ୍ରତ୍ୟେକ ଯୋଗ୍ୟ ଛାତ୍ରୀ ୧୦ ହଜାର ଓ ପ୍ରତ୍ୟେକ ଯୋଗ୍ୟ ଛାତ୍ର ୯ ହଜାର ଟଙ୍କା ବୃତ୍ତି ପାଇବେ  I ସେହି ଭଳି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ର ଓ ଛାତ୍ରୀ ତଥା ନିର୍ମାଣ ଶ୍ରମିକ ଅଧିନସ୍ଥ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଏହି ଅର୍ଥ ରାଶି ଯଥାକ୍ରମେ ୧୦ ହଜାର ଏବଂ ୧୧ ହଜାର ଧାର୍ଯ୍ୟ କରାଯାଇଛି I  ସେହି ପରି ଛାତ୍ରଛାତ୍ରୀଙ୍କ

ସ୍ଵପ୍ନକୁ ସାକାର କରିବା ପାଇଁ ସେମାନଙ୍କୁ ଖୁବ ଶୀଘ୍ର ନୂଆ ଓ ସ୍ମାର୍ଟ କାର୍ଡ ଯୋଗାଇ ଦିଆଯିବ,  ଯାହା ଦ୍ୱାରା ସେମାନେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ I ଛାତ୍ରବୃତ୍ତି ପାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ନୂଆ-ଓ କାର୍ଯ୍ୟକ୍ରମରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନରେ ଖୁସି ବ୍ୟକ୍ତ କରିଥିଲେ I ଏହି କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲାପାଳ ଗୌରୱ  ଶିୱାଜି ଇସଲୱାର, ଆରକ୍ଷୀ ଅଧିକ୍ଷକ ଖିଲାରି ରିଷିକେଶ ଦ୍ୟାନଦେଓ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁଶାନ୍ତ ସିଂ, ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖେତ୍ରୀ ପ୍ରତ୍ୟକ୍ଷ ଭାବରେ ଏହାର ତଦାରଖ କରିଥିଲେ I ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଜିଲ୍ଲାପରିଷଦ ସଭ୍ୟା ଗୀତା ବିଶି, ଟିଟିଲାଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ସଞ୍ଜୁକ୍ତା ନାଏକ ପ୍ରମୁଖ ଯୋଗଦାନ ଦେଇଥିଲେ ।  ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଟିଟିଲାଗଡ ଅନ୍ତର୍ଗତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦାନ ଦେଇଥିଲେ ।  ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ନିଜର ଯୋଗଦାନ କରି ଏହାକୁ ସଫଳ କରାଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   24-Aug-2026
  ଜିଲ୍ଲା  
ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    24-Aug-2026
  ଜିଲ୍ଲା  
ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   24-Aug-2026
  ଜିଲ୍ଲା  
କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   23-Aug-2026
  ଜିଲ୍ଲା  
ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର   23-Aug-2026
  ଜିଲ୍ଲା  
ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   23-Aug-2026
  ଜିଲ୍ଲା  
ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   23-Aug-2026
  ଜିଲ୍ଲା  
ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   23-Aug-2026
  ଜିଲ୍ଲା  
ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ   23-Aug-2026
  ଜିଲ୍ଲା  
କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ   23-Aug-2026
  ଜିଲ୍ଲା  
ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   23-Aug-2026
  ଜିଲ୍ଲା  
ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   23-Aug-2026

You Might Also Like