-+91-9937148622 |

prerana_bgr@rediffmail.com |

  Monday 24th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    (24-Aug-2026)       ||      ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   (24-Aug-2026)       ||      କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   (23-Aug-2026)       ||      ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର    (23-Aug-2026)       ||      ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||      ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   (23-Aug-2026)       ||      ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   (23-Aug-2026)       ||      ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ    (23-Aug-2026)       ||      କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ    (23-Aug-2026)       ||      ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   (23-Aug-2026)       ||      ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   (23-Aug-2026)       ||      *ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   (23-Aug-2026)       ||      ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   (23-Aug-2026)       ||      ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   (23-Aug-2026)       ||      *ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*-   (23-Aug-2026)       ||      ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||      ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||      ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ    (22-Aug-2026)       ||     

HOME   ଜିଲ୍ଲା

ବିବିଏମସିଏଚର ୬୫୦ ଶର୍ଯ୍ୟା ବିଶିଷ୍ଟଟିଚିଂ ହସପିଟାଲ ଉଦଘାଟିତ, ପଛୁଆ ବଲାଙ୍ଗୀର ଆଜି ଏକ ଉନ୍ନତ ଜିଲ୍ଲା ହୋଇଛି-ମନ୍ତ୍ରୀ ଟୁକୁନୀ

03-Mar-2024



ବଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗୀରବାସୀଙ୍କ ସ୍ୱପ୍ନ ଆଜି ପୂରଣ ହୋଇଛି । ଭୀମଭୋଇ ମେଡିକାଲ କଲେଜରେ ୬୫୦ ଶର୍ଯ୍ୟାବିଶିଷ୍ଟ ଟିଚିଂ ହସପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି । ପୂର୍ବରୁ ମେଡିକାଲ କଲେଜର ହସପିଟାଲ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିଲା । ଆଜିଠାରୁ ଏଠାରେ ୪ଟି ବିଭାଗ ଯଥା-ମେଡିସିନ,ସ୍କିନ,ଡେଣ୍ଟାଲ ଓ ସାଇକିଟ୍ରିକର ଓପିଡି ଆରମ୍ଭ ହୋଇଛି । ଏଥିପାଇଁ ମେଡିକାଲ କଲେଜ ହସପିଟାଲ ପରିସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଜଳସଂପଦ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ରାଜ୍ୟସଭା ସାଂସଦ ନିରଂଜନ ବିଶି, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ, ଜିଲ୍ଲା ପରିଷଦର ସଭାପତି ଦେବକୀ ସାହୁ, ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲାପାଳ ଗୌରବଶିବାଜୀ ଇସଲୱାର ଓ ବିବିଏମସିଏଚର ଡିନ ଡ.ସ୍ୱୟଂପ୍ରଭା ପ୍ରଧାନ ମଞ୍ଚାସୀନ ଥିଲେ । ମନ୍ତ୍ରୀ ଟୁକୁନୀ ସାହୁ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଦିନେ ବଲାଙ୍ଗୀର ଏକ ପଛୁଆ ଅଞ୍ଚଳ ରହିଥିଲା । କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ବଲାଙ୍ଗୀରରେ ମେଡିକାଲ କଲେଜ,ଜଳସେଚନ ପାଇଁ ଲୋୟରସୁକତେଲ ଓ ଅନ୍ୟାନ୍ୟ ବ୍ୟାରେଜ କରାଯାଇଛି । ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟକ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରାଯାଇ ବଲାଙ୍ଗୀରକୁ ଏକ ଉନ୍ନତ ଜିଲ୍ଲାରେ ପରିଣତ କରାଯାଇ ପାରିଛି । ବଲାଙ୍ଗୀର ମେଡିକାଲ କଲେଜ ଉପରେ କେବଳ ବଲାଙ୍ଗୀର ଜିଲ୍ଲା ନୁହେଁ ପାଖପଡୋସୀ ଜିଲ୍ଲାର ଲୋକମାନେ ମଧ୍ୟ ନିର୍ଭର କରୁଛନ୍ତି । ତେଣୁ ଆଜିଠାରୁ ଏକ ଉନ୍ନତ ସ୍ୱାସ୍ଥ୍ୟସେବା ଲୋକେ ପାଇବେ । ତେଣୁ ନବୀନ ପଟ୍ଟନାୟକଙ୍କୁ ଓଡିଶାବାସୀ ୬ଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ସେ ନିବେଦନ କରିଥିଲେ । ବଲାଙ୍ଗୀର ଜିଲ୍ଲାର ବିକାଶ ପାଇଁ ମନ୍ତ୍ରୀ ଟୁକୁନି ସାହୁ ବଲାଙ୍ଗୀର ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ମେଡିକାଲ କଲେଜର ଅଧ୍ୟକ୍ଷା ଡ.ମାନସୀ ପଣ୍ଡା,ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ନରେନ୍ଦ୍ର କୁମାର ଘଡେଇ,ମେଡିକାଲ କଲେଜକୁ ନିର୍ମାଣ କରାଇଥିବା କାଇଜେନ ସଂସ୍ଥାର ପ୍ରୋଜେକ୍ଟ ମେନେଜର ଆଶିଷ କୁମାର କର,ଜିଲ୍ଲା ବିଜୁମହିଳା ସଭାନେତ୍ରୀ ଦମୟନ୍ତି ବାଗ,ସଦର ବ୍ଲକର ଅଧ୍ୟକ୍ଷା ସରିତା ବାଗ,ପୂର୍ବତନ ଅଧ୍ୟକ୍ଷ ଗୁଲାବ ବାଗ, ଦେଓଗାଁ ବ୍ଲକର ଅଧ୍ୟକ୍ଷ ଦୟାନିଧି ଖମାରୀ, ବିଜେଡିର ରାଜ୍ୟସଂପାଦକ ପ୍ରଦ୍ୟୁତ ମିଶ୍ର,ଲେଙ୍କା ସାହୁ, ବୁଲୁ ବେହେରା,ଲୋଟସ ଷଢଙ୍ଗୀ, ପ୍ରମୁଖ ଉପସ୍ଥିତ ରହିଥିଲୋ

ସରକାରୀସଭାରେ ଜଳସଂପଦ ମନ୍ତ୍ରୀଙ୍କ ରାଜନୈତିକ ଭାଷଣ,ନୀନ୍ଦାକରି ଉଠିଚାଲିଗଲେ ନରସିଂହ

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ଉଦଘାଟନୀ ଉତ୍ସବରେ ମଞ୍ଚାସୀନ ଥିବା ବଲାଙ୍ଗୀର ସଦର ବିଧାୟକ ନରସିଂହ ମିଶ୍ର ମିଟିଂ ଅଧାରୁ ଉଠିଚାଲିଯାଇଥିଲେ । ମିଟିଂରେ ତାଙ୍କୁ କହିବାର ସୁଯୋଗ ଦିଆଯାଇନଥିଲା ତଥା ସରକାରୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ ରାଜନୈତିକ ଭାଷଣଦେବାରୁ ସେ ମିଟିଂରୁ ଉଠିଚାଲିଆସିଥିବା ଗଣମାଧ୍ୟମକୁ କହିଥିଲେ । ଶ୍ରୀ ଗଣମାଧ୍ୟମକୁ କହିଲେ ଯେ,ସେ ଡବ୍ଲୁଓଡିସିର ଅଧ୍ୟକ୍ଷ ଥିବା ବେଳେ ମେଡିକାଲ କଲେଜ ଆରମ୍ଭ କରାଯାଇଥିଲା । କିନ୍ତୁ ଶାସକଦଳ ଏହାକୁ ବିରୋଧ କରୁଥିବାରୁ ବିଳମ୍ବିତ ହେଲା । କିନ୍ତୁ ବିଡମ୍ବନାର ବିଷୟ ଏଠାରେ ଅନୁଷ୍ଠିତ ସରକାରୀ ଉଦ୍‌ଘାଟନି ସଭାରେ ସ୍ଥାନୀୟ ବିଧାୟକ ଭାବେ ତାଙ୍କୁ ବକ୍ତବ୍ୟ ଦେବାରୁ ରାଜ୍ୟସରକାର ବଂଚିତ କରିବାର ଷଡଯନ୍ତ୍ର କରିଛନ୍ତି । ଆଜିର ସମସ୍ତ ଉଦଘାଟନୀ ଉତ୍ସବରେ କେବଳ ବିଜେଡିଦଳର ନେତାଙ୍କୁ କହିବାର ସୁଯୋଗ ଦିଆଯାଇଛି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ସରକାର ଜାଣିବା ଦରକାର ଯେ ଏହା କେବଳ ମୋ ପ୍ରତି ଅପମାନ ନୁହେଁ, ଏହା ବଲାଙ୍ଗିରର ସମସ୍ତ ଜନସାଧାରଣଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି । ସଭାରେ ସୁଯୋଗ ନ ଦେବାରୁ ସଭା ମଂଚ ଛାଡି ବିଧାୟକ ଶ୍ରୀ ମିଶ୍ର ମଂଚରୁ ଓହ୍ଲାଇ ଯିବା ସହ ଏହା ମଧ୍ୟ କହିଥିଲେ ଯେ ମେଡିକାଲ କଲେଜ ହସପିଟାଲ ଅସମ୍ପୁର୍ଣ୍ଣ ଥାଇ ମଧ୍ୟ ସରକାର ତରବରରେ ଏହାର ଉଦ୍‌ଘାଟନ କରିବା ଉଦେଶ୍ୟ ହେଲା ନିର୍ବାଚନରେ ହାରିଯିବାର ଭୟ । ତେଣୁ ବଲାଙ୍ଗିର ଜନସାଧାରଣଙ୍କୁ ଅନ୍ଧାରରେ ରଖି ଆଜି ଅସମ୍ପୁର୍ଣ୍ଣ ଡାକ୍ତରଖାନାକୁ ଲୋକାର୍ପଣ କରାଯାଉଛି ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    24-Aug-2026
  ଜିଲ୍ଲା  
ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   24-Aug-2026
  ଜିଲ୍ଲା  
କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   23-Aug-2026
  ଜିଲ୍ଲା  
ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର   23-Aug-2026
  ଜିଲ୍ଲା  
ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   23-Aug-2026
  ଜିଲ୍ଲା  
ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   23-Aug-2026
  ଜିଲ୍ଲା  
ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   23-Aug-2026
  ଜିଲ୍ଲା  
ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ   23-Aug-2026
  ଜିଲ୍ଲା  
କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ   23-Aug-2026
  ଜିଲ୍ଲା  
ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   23-Aug-2026
  ଜିଲ୍ଲା  
ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   23-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   23-Aug-2026

You Might Also Like