-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
03-Mar-2024
ବଲାଙ୍ଗୀର(ପ୍ରେରଣା ଖବର ): ଗାୟତ୍ରୀ ଶକ୍ତିପୀଠ ବଲାଙ୍ଗୀର ର ପ୍ରାଣ ପ୍ରତିଷ୍ଠା ଅବସରରେ ସଂକଳ୍ପ ସମାରୋହ ଓ ବୁଦ୍ଧିଜୀବୀ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଗାୟତ୍ରୀ ପରିବାର ଟ୍ରଷ୍ଟ ର ଟ୍ରଷ୍ଟି ଯୁଗଲ କିଶୋର ଝା, ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ, ପୂର୍ବତନ ମନ୍ତ୍ରୀ ପାଟଣା ମହାରାଜା କନକ ବର୍ଦ୍ଧନ ସିଂହଦେଓ, ଶାନ୍ତିକୁଞ୍ଜ ହରିଦ୍ବାରରୁ ଆସିଥିବା ଶ୍ରୀରାମ ପ୍ରସାଦ ସାହୁ ମୁଖ୍ଯ ବକ୍ତା ଭାବରେ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ଯ ଶିବଦତ୍ତ ମିଶ୍ର ଯୋଗ ଦେଇଥିଲେ।
ଟ୍ରଷ୍ଟ ସଦସ୍ଯ ପ୍ରତାପ ଚନ୍ଦ୍ର ଆଚାର୍ଯ୍ଯ ସଂକଳ୍ପ ସମାରୋହ ଓ ବୁଦ୍ଧିଜୀବୀ ସମ୍ମିଳନୀର ଉଦ୍ଦେଶ୍ଯ ଜ୍ଞାପନ କରିବା ସହ ଏହି ସମାରୋହକୁ ସାମ୍ବାଦିକ ସ୍ବର୍ଗତ ସତ୍ଯନାରାୟଣ ବେହେରାଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇଥିବା ପ୍ରକାଶ କରିଥିଲେ l ମୁଖ୍ଯ ଅତିଥି ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ତାଙ୍କର ବକ୍ତବ୍ଯରେ ଗାୟତ୍ରୀ ଶକ୍ତିପୀଠ ନାରୀ ସଶକ୍ତିକରଣ ର ନୂତନ ଚେତନା । ଭାରତୀୟ ଜନ ଜୀବନରେ ନାରୀର ସ୍ଥିତିକୁ ସୁଧାରିଲେ ହିଁ ଏ ଦେଶ ର ପ୍ରକୃତ ପ୍ରତିଷ୍ଠା ଆସିପାରିବ ଓ ଦେଶ କୁ ଏକ ନୂତନ ଦିଗରେ ଆଗକୁ ନେଇହେବ ବୋଲି କହିଥିଲେ l ନାରୀକୁ ତାର ପ୍ରକୃତ ସମ୍ମାନ ଫେରାଇବାର ପ୍ରକ୍ରୀୟା ଆରମ୍ଭ ହୋଇ ସାରିଥିବା କହିଥିଲେ। ପୂର୍ବତନମନ୍ତ୍ରୀ ପାଟଣା ମହାରାଜା କନକ ବର୍ଦ୍ଧନ ସିଂହଦେଓ , ଶାନ୍ତିକୁଞ୍ଜ ହରିଦ୍ବାରରୁ ଆସିଥିବା ଶ୍ରୀରାମ ପ୍ରସାଦ ସାହୁ, ଜିଲ୍ଲା ପରିଷଦ ସଦସ୍ଯ ଶିବଦତ୍ତ ମିଶ୍ର ବୌଦ୍ଧିକ ଚେତନା ଜାଗ୍ରତ କରିବାକୁ ହେଲେ ଗାୟତ୍ରୀ ମନ୍ତ୍ର ର ଉପଯୋଗିତା, ବଲାଙ୍ଗୀରରେ ଶକ୍ତିପୀଠ ପ୍ରତିଷ୍ଠା ବିଷୟରେ ବକ୍ତବ୍ଯ ପ୍ରଦାନ କରିଥିଲେ।