-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
01-Mar-2024
ବଲାଙ୍ଗିର : ସଂପ୍ରତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା ବୌଦ୍ଧ ତୀର୍ଥ କ୍ଷେତ୍ର ତଥା କୋଶଳାଞ୍ଚଳର ବୌଦ୍ଧି ଯୋଗତନ୍ତ୍ର ଉପରେ ଗବେଷଣା କରି ବଲାଙ୍ଗିର ଝିଅ ସୀମାରାଣୀ ରଥ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପିଏଚଡି ଡିଗ୍ରୀ ଗ୍ରହଣ କରିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ଦୀର୍ଘ ବର୍ଷ ଧରି ଗବେଷଣାର ସମ୍ମାନ ଗ୍ରହଣ କରିଛନ୍ତି। ୨୦୧୭ରୁ ସୀମାରାଣୀ ଉତ୍କଳ ବିଶ୍ବବିଦ୍ୟାଳୟର ସଂସ୍କୃତ ବିଭାଗରେ ଯୋଗଦେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କରି ଗବେଷଣା ଆରମ୍ଭ କରିଥିଲେ। ଏଥିରେ ସେ, ବୌଦ୍ଧ ବଜ୍ରଯାନ ଯୋଗର ପ୍ରବକ୍ତା ଦାର୍ଶନିକ ରାଜା ଇନ୍ଦ୍ରଭୂତିଙ୍କର ରଚିତ ଜ୍ଞାନସିଦ୍ଧି ଉପରେ ଗବେଷଣା କରିଥିଲେ। ଏହାକୁ ବିଶ୍ଵବିଦ୍ୟାଳୟ ସ୍ଵୀକୃତି ଦେଇଛି। ଯାହା ଏହି ଅଞ୍ଚଳକୁ ବିଶ୍ଵଦରବାରରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିବ ବୋଲି ମତପ୍ରକାଶ ପାଇଛି।
ସୂଚନା ଯୋଗ୍ୟ ଯେ, ସୀମାରାଣୀ ବିଭିନ୍ନ ଛାପା ଗଣମାଧ୍ୟମ ତଥା ପତ୍ର ପତ୍ରିକାରେ ଗବେଷଣା ମୂଳକ ଲେଖା, ସାମାଜିକ ଓ ସାଂସ୍କୃତିକ ସ୍ତମ୍ଭ ସହ ପଶ୍ଚିମାଞ୍ଚଳର ଐତିହ୍ୟ, ପାଟଣା ଇତିହାସର ଘଟଣାବଳୀ ସନ୍ଦର୍ଭ ପ୍ରକାଶିତ। ଗବେଷଣା କ୍ଷେତ୍ରରେ ନିଜକୁ ସମର୍ପିତ କରିବା ସହ ଆଗକୁ ଆହୁରି ଗବେଷଣା କରିବି। ଭାଷା, ସଂସ୍କୃତି ଦିଗରେ କାମ କରିବି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।