-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
01-Mar-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ମିଶନ ଶକ୍ତି ଭବନ ଠାରେ ଏକ ଦିବସୀୟ ଆତ୍ମରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଛି l ସମନ୍ଵିତ ଶିଶୁବିକାଶ ପ୍ରକଳ୍ପର ତତ୍ତ୍ବାବଧାନରେ କିଶୋରୀ ବାଳିକା ଓ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ନେଇ ଏହି ଏକଦିବସୀୟ ଆତ୍ମରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଛାତ୍ରୀ, କିଶୋରୀ ବାଳିକା ଓ ଶିକ୍ଷୟତ୍ରୀମାନେ କିପରି ନିଜକୁ ନିଜେ ରକ୍ଷା କରିପାରିବେ, ତାହା ଏକ୍ସପର୍ଟ ମାନେ ବୁଝାଇଥିଲେ । ଏଥିସହିତ ପ୍ରତ୍ଯେକଦିନ ସକାଳୁ ଉଠି ବିଭିନ୍ନ ପ୍ରକାର ବ୍ଯାୟାମ କରି ନିଜକୁ କିପରି ଭାବରେ ସୁସ୍ଥ ସବଳ ରଖିବେ ତାହା ମଧ୍ୟ ବୁଝାଇ ଥିଲେ । କାର୍ଯ୍ୟକ୍ରମରେ ଅତିଥିଭାବେ କଣ୍ଟାମାଳ ସି ଡି ପି ଓ ଜ୍ୟୋସ୍ନାରାଣୀ ପାଢ଼ୀ, ABEO ଲକ୍ଷ୍ମୀ ମଲିକ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ଶିକ୍ଷୟତ୍ରୀ, ସମସ୍ତ ଅଙ୍ଗନବାଡି ପରିଦର୍ଶିକା, ଅଙ୍ଗନବାଡି କର୍ମୀ, ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଏବଂ କିଶୋରୀ ବାଳିକାମାନେ ଯୋଗ ଦେଇଥିଲେ।