-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
01-Mar-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ପୋଲିସ ବ୍ୟାପକ ଗଞ୍ଜାଇ ଜବତ କରିଛି । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଥାନାଧିକାରୀ ବଳଭଦ୍ର ଗଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ବିଶ୍ୱାମିତ୍ର ଲୋଇଙ୍କ ନେତୃତ୍ଵରେ ପୋଲିସ ଟିମ ନାରାୟଣପ୍ରସାଦ ପଞ୍ଚାୟତ ଅଧିନସ୍ଥ ନାଦେନ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜାଇ ଚୋରାଚାଲାଣ ପାଇଁ ପ୍ରସ୍ତୁତି କରୁଥିବା ସ୍ଥାନରେ ଚଢଉ କରିବା ସମୟରେ ପୋଲିସକୁ ଦେଖି ମାଫିଆମାନେ ଫେରାର ମାରିଥିଲେ। ପୋଲିସ ସେଠାରେ ପହଞ୍ଚି ୪ଅଖାପ୍ୟାକେଟ ଗଞ୍ଜେଇ ପଡିଥିବା ଦେଖି ଜବତ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି। ଜବତ ଗଞ୍ଜାଇର ଓଜନ ୪୦ କେଜି ଓ ଆନୁମାନିକ ବଜାର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବା ନେଇ ଶ୍ରୀ ଗଣ୍ଡା ସୂଚନା ଦେଇଛନ୍ତି।