-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
29-Feb-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ଡାବୁଗାଁ ବ୍ଲକ ରେ ଜନଶୁଣାଣୀ ଶିବିରରେ ପ୍ରାୟତଃ ଜନ ଶୁନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। "ନା ଜନ ଶୁଣାଣୀ ବିଷୟରେ ଜନତା ସଠିକ ଜାଣିଛନ୍ତି କି ନାହିଁ ଏହା ଏକ ପ୍ରଶ୍ନବାଚୀ?" ଡାବୁଗାଁ ବ୍ଲକରେ କେବଳ କାଗଜପତ୍ରରେ ଚାଲିଛି ଏନ୍ ଆର୍ ଇ ଜି ଏସ୍ କାମ ବୋଲି ବାରମ୍ବାର ଅଭିଯୋଗ ହେଉଛି ତଥାପି ପ୍ରଶାସନ ନିଷ୍କ୍ରିୟ। ଏହି କାର୍ଯ୍ୟର ତଦାରକ କରୁଥିବା ବ୍ଲକ ସ୍ତରୀୟ ଅଧିକାରୀ ଏ.ପି.ଓ ବର୍ଣ୍ଣବାସ ନାୟକ ଜନଶୁଣାଣୀ ବିଷୟରେ ସ୍ଥାନୀୟ ଜନସାଧାରଣ ଙ୍କୁ କୌଣସି ସୂଚନା ଦେଇ ନ ଥିବା ଅଭିଯୋଗ ହେଉଛି।। ଆଜିର ଜନଶୁଣାଣୀ କାର୍ଯ୍ୟରେ କେବଳ ସରକାରୀ ବାବୁମାନେ ଏଵଂ ସ୍ଥାନୀୟ କିଛି ପ୍ରମୁଖ ବ୍ୟକ୍ତି ଉପସ୍ଥିତି ଥିଲେ। ବ୍ଲକରେ ନିଜନିଜ କାମ ପାଇଁ ଆସିଥିବା କିଛି ନିରୀହ ବୃଦ୍ଧା ବୃଦ୍ଧ ଙ୍କୁ ମିଟିଂ ଗୃହରେ ବସାଇ ଆଜିର କାର୍ଯ୍ୟକ୍ରମକୁ ଅଧିକାରୀ ମାନେ ସମାପ୍ତ କରି ଦେଇ ଥିବା ଅଭିଯୋଗ ହେଉଛି।। ଅବ୍ୟବସସ୍ଥା ଘେରରେ ଚାଲିଛି ଡାବୁଗାଁ ବ୍ଲକ ରେ ବିକାଶ ମୂଳକ କାମ। ଶ୍ରମିକ ଯାଉଛି ଦାଦନ ଖଟି ଏଠାରେ ମିସିନ୍ କରୁଛି କାମ ଏଭଳି ଅଭିଯୋଗ ଆଣିଲେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର। ଆନୁମାନିକ ଲୋକ ଦେଖାଣିଆ ପାଇଁ କିଛି ଶ୍ରମିକ କୁ ବିଭାଗୀୟ ଅଧିକାରୀ ମାନେ କାମରେ ନିୟଜିତ କରୁଛନ୍ତି କିନ୍ତୁ.. ସେମାନଙ୍କୁ ମଧ୍ୟ ଆଜି ପର୍ଯ୍ୟନ୍ତ ଲେବର ପେମେଣ୍ଟ ହୋଇ ନଥିବା କହିଲେ ଉପସ୍ଥିତି ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୟୀ। ସଠିକ୍ ଜଣ ଶୁଣାଣୀ ହେଲେ, ପ୍ରକୃତ ସମସ୍ୟା ଗୁଡ଼ିକ କଣ ଏବଂ ଏହାର ସମାଧାନର ବାଟ ବାହାରି ପାରିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।ଜନଶୁଣାଣୀ ବିଷୟରେ ଜନତାଙ୍କୁ ନ ଜଣାଇ କେବଳ ବ୍ଲକ ପରିସର ମଧ୍ୟରେ କାଗଜ ପାତ୍ରରେ ସାରିଦେଉଛନ୍ତି ସରକାରୀ ବାବୁ ମାନେ ଜନଶୁଣାଣୀ। ଏବିଷୟରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ହସ୍ତକ୍ଷେପ କଲେ ଡାବୁଗାଁ ବ୍ଲକ ର ବିକାଶ ହଇ ପାରନ୍ତା।