-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
29-Feb-2024
ତୁମୁଡିବନ୍ଧ:ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେଇ ତୁମୁଡିବନ୍ଧ ବ୍ଲକ ରେ ହେଉଥିବା ବିକାଶ ଧାରାରେ ସାମିଲ ହେବାକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ କଂଗ୍ରେସ ପକ୍ଷରୁ ତୁମୁଡିବନ୍ଧ ଗ୍ରାମ ପଞ୍ଚାୟତ ରେ ସମିତି ସଭ୍ୟା ପ୍ରାର୍ଥୀନି ଭାବେ ନିର୍ବାଚନ ଲଢ଼ିଥିବା ମିଳି ଦଣ୍ଡସେନା ଓ ତାଙ୍କ ସ୍ୱାମୀଙ୍କ ସମେତ ତାଙ୍କ 10 ଜଣ ସହଯୋଗୀ ଆଜି ତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ ସାହୁଙ୍କ ନେତୃତ୍ୱରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ଶ୍ରୀ ଟୁନା ଦାସ, ବାଲିଗୁଡା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀ ଚକ୍ରମଣୀ କହଁର, ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାଜୀବ ପାତ୍ର ଓ ତୁମୁଡିବନ୍ଧ ବ୍ଲକ ବିଜେଡି ଉପସଭାପତି ଅମୀୟ ପରାସେଟଙ୍କ ଉପସ୍ଥିତି ରେ କଂଗ୍ରେସ ଛାଡି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି l ନିର୍ବାଚନ ସରିବାପରେ କଂଗ୍ରେସ ଦଳ ତରଫରୁ ଶ୍ରୀମତୀ ଦଣ୍ଡସେନାଙ୍କୁ ଅଣଦେଖା କରୁଥିବାନେଇ ପ୍ରକାଶ କରିଛନ୍ତି l ବ୍ଲକ ସଭାପତି ପ୍ରମୋଦ ସାହୁ ବିଧାୟକ ଚକ୍ରମଣୀ କହଁର, ସଂଯୋଜକ ଟୁନା ଦାସ ଓ ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାଜୀବ ପାତ୍ର ଦଳୀୟ ଉତ୍ତରୀୟ ପରିଧାନ କରେଇ ଦଳକୁ ସ୍ୱାଗତ କରିଥିଲେ l ଦିନକୁ ଦିନ ତୁମୁଡିବନ୍ଧ ଅଞ୍ଚଳରେ ଶହ ଶହ କର୍ମୀ କଂଗ୍ରେସ ଓ ବିଜେପି ଛାଡି ବିଜୁ ଜନତା ଦଳରେ ସାମିଲ ହେଉଥିବା ଦେଖି ସ୍ପଷ୍ଟ ସ୍ପଷ୍ଟ ଜଣାପଡୁଛି ଯେ ଆଗାମୀ ଦିନରେ ତୁମୁଡିବନ୍ଧ ବ୍ଲକ ରେ ବିରୋଧୀ ଶୂନ୍ୟ ହେବ ବୋଲି ବାଲିଗୁଡା ସଂଯୋଜକ ଟୁନା ଦାସ କହିଛନ୍ତି l