-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
27-Feb-2024
ଡେଲାଙ୍ଗ (ଦିଲୀପ କୁମାର ଧାଉଡିଆ) ଆଜି ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତିର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ମାଧ୍ୟମରେ ପ୍ରତି ସ୍ଵୟଂ ସହାୟକ ମହିଳା ମାନଙ୍କୁ ଦଶ ଲକ୍ଷ ଟଙ୍କା ଲେଖାଏଁ ବିନା ସୁଧରେ ଋଣ ଯୋଜନାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ ଜରିଆରେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥି ସହିତ ସ୍ଵୟଂ ସହାୟକ ମହିଳା ମାନଙ୍କୁ ବ୍ଲେଜର ଯୋଜନାକୁ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ମିଶନ ଶକ୍ତି ମହିଳାମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମାନ୍ୟବର ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ବାସନ୍ତି ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ଜିଲ୍ଲା ପରିଷଦ ସଭ୍ୟ ତଥା ପ୍ରାକ୍ତନ ବ୍ଲକ ଅଧକ୍ଷ ପ୍ରସନ୍ନ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟା ଦିପ୍ତୀଶ୍ରୀ ରାଉତରାୟ, ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ସିଡିପିଓ ଜାପାନୀ କୁମାରୀ ମିତ୍ର, ବିପିସ ନନ୍ଦିତା ସ୍ୱାଇଁ ସମେତ ଓଡିଶା ଗ୍ରାମ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ୟୁନିଅନ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ର ମ୍ୟାନେଜର ମାନେ ପ୍ରମୁଖ ଉପସ୍ଥିତ ଥିଲେ। ସରକାର ମହିଳାଙ୍କୁ ସ୍ବାବଲମ୍ବୀ କରିବାପାଇଁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ଦଶଲକ୍ଷ ଟଙ୍କା ଋଣ ଉପରୁ ସୁଧ ଛାଡ଼ ଘୋଷଣା ଗ୍ରାମାଞ୍ଚଳ ମହିଳାଙ୍କୁ ସ୍ବାବଲମ୍ବୀ କରିବ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ। ସର୍ବଶେଷରେ ସରକାରଙ୍କ ପକ୍ଷରୁ ବିଦେଶ ଗସ୍ତ କରିଥିବା ଡେଲାଙ୍ଗ ବ୍ଲକର ପ୍ରତିମା ଦାସ ଓ଼ ବିଦୁଲତା ସ୍ୱାଇଁଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ଭର୍ଦ୍ଧନା କରାଯାଇଥିଲା। ଋଣ ନେଇ ଠିକ ସମୟରେ ପରିଶୋଧ କରିଥିବା ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ସୁଧ ଛାଡ଼ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ! ମିଶନ ଶକ୍ତି ଫେଡରସନର କର୍ମକର୍ତ୍ତା,ସ୍ୱୟଂ ସହାୟକ ଗୋଷ୍ଠୀ ର ଶତାଧିକ ମହିଳା ସଦସ୍ୟା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ! ଶେଷରେ ବ୍ଲକ ଅଧକ୍ଷା ବାସନ୍ତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ !