-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
27-Feb-2024
ବଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗୀର ତହସିଲ ଅଫିସ ଠାରେ ଥିବା ସାର୍ଟିଫିକେଟ ବିଭାଗରେ ନେଟ ଅନେକ ସମୟ ଧରି ଗାୟବ୍ ହୋଇଯାଉଥିବା ବେଳେ ହିତାଧିକାରୀ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।ତହସିଲ ଅଫିସ ପରିସର ରେ ଅନେକ ବର୍ଷରୁ ଗୋଟିଏ ଛୋଟିଆ କୋଠରୀରେ ସାର୍ଟିଫିକେଟ ସେକ୍ସନ ଖୋଲା ଯାଇଛି।ଏହି ସେକ୍ସନ ରେ ଦୁଇଜଣ କର୍ମଚାରୀ ଥିବା ବେଳେ ଗୋଟିଏ କଂପ୍ୟୁଟର ଅଛି।ବିଭିନ୍ନ ପ୍ରକାର ର ସାର୍ଟିଫିକେଟ ପାଇଁ ହିତାଧିକାରୀ ମାନେ ଆବେଦନ କରୁଛନ୍ତି।ଅନେକ ସମୟ ପର୍ଯ୍ୟନ୍ତ ନେଟ ଗାୟବ ହେଉଥିବା ବେଳେ ଠିକ୍ ସମୟରେ ଜରୁରୀ ସାର୍ଟିଫିକେଟ ପାଇ ପାରୁ ନ ଥିବା ଦେଖିବାକୁ ମିଳିଛି।ଗୋଟିଏ କଂପ୍ୟୁଟର ଏବଂ ଜଣେ କମ୍ପ୍ୟୁଟର ଚାଳକ ସେଥିରେ ନେଟ ର ଅବ୍ୟବସ୍ଥା ଯୋଗୁ ଠିକ୍ ସମୟରେ ସାର୍ଟିଫିକେଟ ପାଇବାରୁ ଅନେକ ବଞ୍ଚିତ ହେଉଛନ୍ତି।ଏଣୁ ତହସିଲ ପ୍ରଶାସନ ଏଥି ପ୍ରତି ଦୃଷ୍ଟିଁ ଦେବା ପାଇଁ ହିତାଧିକାରୀ ମାନେ ଦାବି କରିଛନ୍ତି।