-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
25-Feb-2024
କଣ୍ଟାମାଳ( ଜୟ କୁମାର ମହାରଣା)
କଣ୍ଟାମାଲ ବ୍ଲକ ଅନ୍ତର୍ଗତ ଖଲିଆପାଲି ହାଇସ୍କୁଲ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି l ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା କଣ୍ଟାମାଲ ତାଲକୁ ଆଇନ ସେବା ପ୍ରାଧିକରଣ ଚେୟାରମେନ ଶିବ ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l କାର୍ଯ୍ୟକ୍ରମରେ ସିନିଅର ସିଭିଲ ଜଜ ତପନ ବେହେରା , ପ୍ରଥମ ଶ୍ରେଣୀ ବିଚାରପତି ସତ୍ୟନାରାୟଣ ଦାସ ଅତିଥି ଭାବେ ଯୋଗ ଦେଇଥିଲେ l ସଡକ ସୁରକ୍ଷା, ମୋଟର ଦୁର୍ଘଟଣା ଆଇନ, ଏହାର କ୍ଷତିପୂରଣ ଦାବୀ ଉପରେ ଥିବା ଆଇନର ବିଭିନ୍ନ ଦିଗ ଉପରେ ଅତିଥିମାନେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ଓକିଲ କୈଳାଶ ଚନ୍ଦ୍ର ବାରିକ , ପ୍ରଧାନ ଶିକ୍ଷକ ଲୋକେଶ କୁମାର ଦିସିରି ଙ୍କ ସମତେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, କୋର୍ଟର ସମସ୍ତ କର୍ମକର୍ତା , ଓକିଲ ଓ ସ୍ବେଚ୍ଛାସେବୀମାନେ ଭାଗ ନେଇଥିଲେ । ତାଲୁକ ଆଇନସେବା ପ୍ରାଧିକରଣ କର୍ମଚାରୀ ଜ୍ୟୋତିରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l