-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
22-Feb-2024
ଡେଲାଙ୍ଗ(ଦିଲୀପ କୁମାର ଧାଉଡିଆ ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ର ପ୍ରସିଦ୍ଧ ଶୈବପୀଠ ପାହାଡ଼ ଶୀର୍ଷକ ବିଶ୍ଵନାଥ ଦେବଙ୍କର ୪୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଜଜ୍ଞ ମାଘମାସ ଶୁକ୍ଲପକ୍ଷ ସପ୍ତମୀ ଠାରୁ ୭ଦିନ ଧରି ଅନୁଷ୍ଠିତ ହୋଇ ଆଜି ଗୋଧୂଳି ଲଗ୍ନରେ ପୂର୍ଣ୍ଣାହୁତି ସମ୍ପର୍ଣ୍ଣ ହୋଇଛି । ବ୍ରତୀ ଧାରୀ ମାନଙ୍କ ଦ୍ଵାରା କଳସି ଶୋଭାଯାତ୍ରା,ଜଳ ଯାତ୍ରା, ଶାଲାପୂଜା,
ଦେବତା ଆବାହନ, ଅଗ୍ନିସ୍ଥାପନ,ଗୋପୂଜା, ସୂର୍ଯ୍ୟପୂଜା, ମଙ୍ଗଳଆରତୀ ଠାକୁରଙ୍କ ନୀତିକାନ୍ତି ପୂଜାର୍ଚ୍ଚନା,ପୁରୋହିତ, ପୂଜକ,ପଣ୍ଡିତ ମାନଙ୍କ ମନ୍ତ୍ରଧ୍ୱନି ରେ ସମଗ୍ର ଅଞ୍ଚଳରେ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ୫ହଜାରରୁ ଉର୍ଦ୍ଧ୍ୱ ଭକ୍ତ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା!ପୂର୍ଣ୍ଣାହୁତି ପରେ ବିଶ୍ଵନାଥ ଯଜ୍ଞ କମିଟି ତରଫରୁ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।