-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
22-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କଣ୍ଟାମାଳ ବ୍ଲକ ଗୁଡଭେଲିପଦର ପଞ୍ଚାୟତ ସିଲେଟପଡ଼ା ଗ୍ରାମର ଖାତା ନଂ ୪୦, ପ୍ଲଟ ନଂ ୩ରେ ଥିବା ଗୋଚର କିସମ ୫ଏକର ୮୧ଡିସିମିଲ ଜମିକୁ ନିର୍ମାଣାଧୀନ ବଲାଙ୍ଗୀର ଖୋର୍ଦ୍ଧା ରେଳପଥକୁ ହସ୍ତାନ୍ତର କରିବାକୁ କଣ୍ଟାମାଳ ତହସିଲଦାର ଉଦ୍ୟମ ଆରମ୍ଭ କରିଛନ୍ତି ।ଯାହାକୁ ନେଇ ସିଲେଟପଡ଼ା ତଥା ଆଖପାଖ ପୁରୁଣାପାଣି, ବିଛଣାପାଟି, ଗୁଡ଼ଭେଲିପଦର ଆଦି ଗ୍ରାମର ଗ୍ରାମବାସୀ ବିରୋଧ କରିଛନ୍ତି । ଏହି ସ୍ଥାନରେ ବିଛଣାପାଟି ଲୋପାମୁଦ୍ରା ଜୁନିଅର୍ କଲେଜ ଖେଳପଡିଆ ଭାବରେ ବ୍ୟବହାର କରୁଛନ୍ତି ।ଏହା ସହିତ ଏହି ଅଞ୍ଚଳର ସାମାଜିକ, ସାଂସ୍କୃତିକ ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ପୁଣି ଗୁଡ଼ଭେଲିପଦର ପଞ୍ଚାୟତ ପକ୍ଷରୁ ଏକ ସାପ୍ତାହିକ ବଜାର ପାଇଁ ଷ୍ଟଲ୍ ଗୁଡ଼ିକ ନିର୍ମାଣ ସରିଛି । ଆହୁରି ମଧ୍ୟ ଏଠାରେ ଏକ ଦୈବୀ ପୀଠ ଅଛି ଏବଂ ଦଦରା ମଠ ନାମରେ ଏକ ମଠ ରହି ଆଧ୍ୟାତ୍ମିକ ଭାବାବେଗ ସୃଷ୍ଟି କରୁଛି ।ଏହି ୫ଏକର ୮୧ ଡିସିମିଲ ଗୋଚର ଜମିରେ ଉପରୋକ୍ତ ସମସ୍ତ ସୁବିଧା ସୁଯୋଗ ରହିଥିବା ବେଳେ ଏହି ଜମି ହସ୍ତାନ୍ତର ହେଲେ ଅଞ୍ଚଳବାସୀଙ୍କ ବହୁବିଧ ସମସ୍ୟା ସୃଷ୍ଟି ହେବ ।ଏଣୁ ସିଲେଟପଡ଼ା ଓ ଆଖପାଖ ଗ୍ରାମବାସୀ ଏହି ସ୍ଥାନଟିକୁ ରେଲୱେ ସଂସ୍ଥାକୁ ହସ୍ତାନ୍ତର ନ କରିବାକୁ କଣ୍ଟାମାଳ ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି । ଏଥିରେ ବ୍ୟତିକ୍ରମ ହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି ।