-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
22-Feb-2024
ବଲାଙ୍ଗୀର-ଗତ ଫେବୃୟାରୀ ୧୧ ତାରିଖରେ ଲୋଇସିଂହା ଅଞ୍ଚଳରେ ବର୍ଷା ସାଙ୍ଗକୁ କରକାପାତ ହୋଇଥିଲ।। ଏଥିରେ ଚାଷିମାନଙ୍କର ରବି ଧାନ, ମୁଗ, ବାଇଗଣ, ଚିନାବାଦାମ,ଲଙ୍କା,ମାଖନ,କଲରା,ପୋଟଳ,କୁନ୍ଦୁରୁ, ପାତଳଘଣ୍ଟା, କୋବି,ପିଆଜ,ଆଳୁ,ମୂଳା,ଶାଗ,ଶୋରିଷ,ଚଣ।। ଜାତୀୟ ଫସଲ ଅନେକ ପରିମାଣରେ କ୍ଷୟକ୍ଷତି ହୋଇଥିଲା । ତେଣୁ ସେହି ନଷ୍ଟହୋଇଥିବା ଫସଲର କ୍ଷତିପୂରଣ ଦାବିରେ ଆଜି ଆଗଲପୁର କୃଷକସଂଘ ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଗଲପୁରର ଯୁବନେତା ଅମିତକୁମାର ନାୟକଙ୍କ ସହିତ ଆଗଲପୁର କୃଷକସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳ ଗୌରବଶିବାଜୀ ଇସଲୱାରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଦାବି କରିଛନ୍ତି ଯେ,ଗତ ୧୧ ତାରିଖରେ ହୋଇଥିବ । ଅଦିନିଆଁ ବର୍ଷା ଓ କରକାପାତରେ ନଅଗାଁ-କ ସମେତ ଆଗଲପୁର ଅଞ୍ଚଳର ମୁଣ୍ଡାପାଲି,ହଲଦୀପଦର,ଗଣ୍ଡପାଲି,ଡୁଡୁକାମୁଣ୍ଡା, ଅଏଁଲାପାଲି,ବାଇଗନଖାରୀ,ବୁଦୁଲା ଗ୍ରାମର ଚାଷିଙ୍କର ବିପୁଳ ପରିମାଣରେ ରବିଫସଲ କ୍ଷତିଗ୍ରସ୍ତ ହୋଇଛି । ତେଣୁ ଏହାର ଆକଳନ କରି ତୁରନ୍ତ ଚାଷିଙ୍କୁ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି । ଅମିତଙ୍କ ସହିତ ନୀଲଗିରୀ ନାଏକ,ଅଶୋକ ସାହା,ବୀରେନ୍ଦ୍ର ନନ୍ଦ,ନାରେନ ଗହିର ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।