-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||     

HOME   ଜିଲ୍ଲା

ଡ଼ଃ ପ୍ରତାପ ପାଣି ଆଗାମୀ ନିର୍ବାଚନରେ  ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ

20-Feb-2024



ଭୁବନେଶ୍ୱର(ପ୍ରେରଣା ଖବର ): ଆଜି ଆନ୍ତର୍ଜାତୀକ ଖ୍ୟାତିସଂମ୍ପନ୍ନ ସ୍ନାୟୁରୋଗ ବିଶେଷଜ୍ଞ ଡ଼ଃ ପ୍ରତାପ ପାଣି ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ ବୋଲି ଏଠାକାର ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତପ୍ରକାଶ କରୁଛନ୍ତି। ଡ଼ଃ ପାଣି ଶାସକ ବିଜୁ ଜନତା ଦଳର ଟିକେଟ ରେ ପାଲଲହଡ଼ା ଆସନରୁ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଲଢ଼ିବେ ବୋଲି ଜଣାଯାଇଛି। ଅନୁଗୁଳ ଜିଲ୍ଲାର ବିଜିଗୋଲ ଗ୍ରାମ ନିବାସୀ ଡ଼ଃ ପାଣି, ୧୯୯୬ ମସିହାରୁ ଦୀର୍ଘ ୨୮ବର୍ଷ କାଳ ବେଙ୍ଗାଳୁରୁଠାରେ ରହଣି କାଳରେ ଜଣେ ନିୟୁରୋସର୍ଜନ ଭାବରେ ଦେଶ ବିଦେଶରେ ଖୁବ ସୁନାମ ଅର୍ଜନ କରିଛନ୍ତି। ନିକଟରେ ବିଜେଡି ର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଡ଼ଃ ପାଣି ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଥିଲେ।ଲୋକଙ୍କ ଡାକ୍ତର ଭାବରେ ସୁପରିଚିତ ଡ଼ଃ ପାଣି ତାଙ୍କର ରାଜନୈତିକ ଜୀବନର ପ୍ରଥମ ନିର୍ବାଚନରେ ଜିତାପଟ ହାସଲ କରିବେ ବୋଲି ତାଙ୍କର ସମର୍ଥକ ମାନେ ଦମ୍ଭ ପ୍ରକାଶ କରୁଛନ୍ତି। ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ନିୟମିତ ଭାବେ ମାଗଣା ସ୍ୱାସ୍ଥ୍ୟ ଶିବିରମାନ ଆୟୋଜନ କରି ଡ଼ଃ ପାଣି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ର ଛାତ୍ରସଙ୍ଘ ର ପୂର୍ବତନ ସଭାପତି, ବେଙ୍ଗାଳୁରୁ ଓଡ଼ିଆ ସମାଜ ର ପ୍ରତିଷ୍ଠାତା ସଦସ୍ୟ, ୱାଲର୍ଡ  ଓଡ଼ିଶା ସୋସାଇଟି ର ସୁସ୍ଥତା ସାଧାରଣ ସମ୍ପାଦକ ଏବଂ ବେଙ୍ଗାଲୁରୁ ସ୍ଥିତ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ଭାବରେ ଡ଼ଃ ପାଣି ଦୀର୍ଘ ଦିନ ଧରି ସମାଜ ସେବା କ୍ଷେତ୍ରରେ ବେଶ ସକ୍ରୀୟ ରହି ଆସିଛନ୍ତି।      

ବିଜେଡି ରେ ଯୋଗ ଦେବା ପରେ ଡ଼ଃ ପାଣିଙ୍କୁ କଣିହାଁ, ପାଲଲହଡ଼ା,  ଅନୁଗୁଳ, ପରଜଙ୍ଗ, ଢେଙ୍କାନାଳ, ହିନ୍ଦୋଳ ଏବଂ କାମାକ୍ଷାନଗର ଆଦି ସ୍ଥାନରେ ଜନସାଧାରଣ ଙ୍କ ତରଫରୁ ଉଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବହୁ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବର୍ତ୍ତମାନର ବିଧାୟକ ମାନଙ୍କ ବିରୁଦ୍ଧରେ ବ୍ୟାପକ ଭାବେ "ଆଣ୍ଟି ଇନକନବେଂସି ଫ୍ୟାକ୍ଟର" କାମ କରୁଥିବାରୁ ଜଣେ ନୂଆ ଚେହେରା ଏବଂ ମର୍ଯ୍ୟାଦା ସମ୍ପନ୍ନ ବ୍ୟକ୍ତିତ୍ବ ହୋଇଥିବା ଦୃଷ୍ଟି ରୁ ଡ଼ଃ ପାଣି ଙ୍କ ପକ୍ଷରେ ନିର୍ବାଚନ ବୈତରଣୀ ପାର କରିବା ସହଜସାଧ୍ୟ ହେବ ବୋଲି ଆକଳନ କରାଯାଉଛି। ଡ଼ଃ ପାଣି ଙ୍କର ପିତା କଣିହାଁ ଅଞ୍ଚଳର ପ୍ରସିଦ୍ଧ ଜନନେତା ସ୍ବର୍ଗତଃ ମଧୁସୂଦନ ପାଣି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଖୁବ ଘନିଷ୍ଠ ଥିଲେ।ବିଜେଡି ର ପ୍ରମୁଖ ରଣକୌଶଳକାରୀ ଏବଂ ସଂଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଦ୍ବୟ ପାଇଁ ଦଳର ପ୍ରଭାରୀ ନିଯୁକ୍ତ ହୋଇଥିବାରୁ, ସେ ଟିକେଟ ବଣ୍ଟନ ବେଳେ ଜିତିବାର ସକ୍ଷମତାକୁ ମୁଖ୍ୟ ଆଧାର ଭାବରେ ଗ୍ରହଣ କରିବେ ବୋଲି ଧରା ଯାଉଛି।ଏବେ ଦଳ ତରଫରୁ କରାଯାଉଥିବା ସର୍ଭେରେ ବିଭିନ୍ନ ଆଶାୟୀ ପାର୍ଥିମାନଙ୍କ ର ଜିତି ବାର ସାମର୍ଥ୍ୟ ଓ ସମ୍ଭାବନା ଉପରେ ଭୋଟଦାତା ମାନଙ୍କର ମତାମତ ସଂଗ୍ରହ କରାଯାଉଛି। ଦଳୀୟ ସୂତ୍ରର ପ୍ରାରମ୍ଭିକ ସୂଚନା ରୁ ଜଣାଯାଇଛି ଯେ, ବବି ବାବୁଙ୍କର ଡ଼ଃ ପାଣି ଙ୍କ ପାର୍ଥିତ୍ୱ ପ୍ରତି ସମବେଦନା ରହିଛି। ନିର୍ବାଚନବିତ  ମାନଙ୍କର ଭବିଷ୍ୟବାଣୀ ଅନୁଯାୟୀ  ଡ଼ଃ ପାଣି  ପାଲଲହଡ଼ାରୁ ବିଜେଡି ର ପାର୍ଥି ହେଲେ ତାଙ୍କର ବିଜୟ ଏକ ପ୍ରକାର ସୁନିଶ୍ଚିତ ମନେ ହେଉଛି।           

ଜଣେ ରାଜନୀତିଜ୍ଞ ଭାବରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଉନ୍ନୟନ ଦିଗରେ ତାଙ୍କର  ପ୍ରାଥମିକତା ରହିବ ବୋଲି ଡ଼ଃ ପାଣି ଦର୍ଶାଇଛନ୍ତି।ରାଜ୍ୟର ସବୁଠାରୁ ଅଧିକ ରାଜସ୍ୱ ଆୟକାରୀ ଜିଲ୍ଲା ହୋଇଥିଲେ ମଧ୍ୟ ଅନୁଗୁଳ ଠାରେ ଏକ ମେଡ଼ିକାଲ କଲେଜ ନଥିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଅନୁଗୁଳ ଜିଲ୍ଲାର ବାୟୁ ପ୍ରଦୂଷଣ ଦିଲ୍ଲୀ ଠାରୁ ମଧ୍ୟ ଅଧିକ  ବିପଜ୍ଜନକ ଡ଼ଃ ପାଣି ସୁଚାଇଛନ୍ତି।  ଦାୟିତ୍ୱହୀନ ଶିଳ୍ପକରଣ ଏବଂ ଆଖିବୁଜା ଖଣିଖନନ ଏହି ଇଲାକାର ପରିବେଶ, ଜନବସତି ଓ ସ୍ୱାସ୍ଥ୍ୟ ଅବସ୍ଥା କ୍ଷେତ୍ରରେ ଗୁରୁତର ସଙ୍କଟ ସୃଷ୍ଟି କରିଥିବା ସେ କହିଛନ୍ତି। ପାଲଲହଡ଼ା ରେ ଆବଶ୍ୟକୀୟ ଜମି, ଜଳ ଏବଂ ୫୫ ନମ୍ବର ଜାତୀୟ ରାଜପଥ ଯୋଗୁଁ ଯୋଗାଯୋଗ ର ସୁବିଧା ଉପଲବ୍ଧ ଥିବା ସତ୍ୱେ ଏଠାରେ ସ୍ୱାଧୀନତା ର ୭୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଗୋଟିଏ ବି କାରଖାନା  ପ୍ରତିଷ୍ଠା ହୋଇ ପାରିନଥିବା ନେଇ ଡ଼ଃ ପାଣି ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।ଏଠାରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଜଳସେଚନ ପ୍ରକଳ୍ପ ନଥିବାରୁ କୃଷି ଉତ୍ପାଦନର ମାତ୍ରାବି ଖୁବ ନିମ୍ନ ରେ  ରହିଥିବା,  ସେ ସୁଚାଇଛନ୍ତି। ଲୋକ ପ୍ରତିନିଧି ଭାବରେ ଏହି ସବୁ ସମସ୍ୟା ଗୁଡିକୁ ସମାଧାନ କରିବା ଦିଗରେ ସେ ଅଗ୍ରାଧିକାର ଦେବେ ବୋଲି ଡ଼ଃ ପାଣି ଘୋଷଣା କରିଛନ୍ତି।ସେ "ମାନବ ସେବା ହିଁ ମାଧବ ସେବା"  ଉକ୍ତି ର ଦୃଢ଼ ବିଶ୍ୱାସୀ ହୋଇଥିବାରୁ ରାଜନୀତି ରେ ଯୋଗ ଦେଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ସେବା କାର୍ଯ୍ୟ ପୂର୍ବପରି ଜାରୀ ରହିବ ବୋଲି ଡ଼ଃ ପାଣି ସ୍ପଷ୍ଟ କରିଦେଇଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କୁ ସାରା ଦେଶରେ ସର୍ବୋତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବୋଲି ଅବହିତ କରି ଏହାରି ମାଧ୍ୟମରେ ନିଜର ମାତୃପ୍ରଦେଶ ଓଡ଼ିଶାର ଅଧିବାସୀମାନଙ୍କୁ କିଭଳି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଯାଇ ପାରିବ ସେ ଦିଗରେ ଜନପ୍ରତିନିଧି ଭାବରେ ଡ଼ଃ ପାଣି ସତତ ଧ୍ୟାନ ଦେବେ ବୋଲି ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଞ୍ଚ ଟି ର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କର ତତ୍ୱାବଧାନରେ ନିଜର ଶିକ୍ଷାନୁଷ୍ଠାନ ଏସ.ସି.ବି. ମେଡ଼ିକାଲ କଲେଜର ବହୁବିଧ ରୂପାନ୍ତରିକରଣ ନେଇ ଡ଼ଃ ପାଣି ଗଭୀର ସନ୍ତୋଷ ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026

You Might Also Like