-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
18-Feb-2024
ବଲାଙ୍ଗିର (ପ୍ରେରଣା ଖବର ): ଡିଜିଟାଲ ମିଡ଼ିଆ ବା ୱେବ ମିଡ଼ିଆ କହିଲେ ବର୍ତ୍ତମାନ ଯୁଗର ସର୍ବୋତ୍ତମ ଓ ଲୋକପ୍ରିୟ ନ୍ୟୁଜ ଚ୍ୟାନେଲ l ଯାହାକି ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଛୋଟରୁ ଛୋଟ ଖବର ଅତି କମ ସମୟରେ ପରିବେଷଣ ହୋଇ ପାରୁଛି l ଅଭାବ, ଅନଟନ, ଘଟଣା, ଦୁର୍ଘଟଣା, ସରକାରୀ ଅବହେଳା, ଅତ୍ୟାଚାର ବିଷୟରେ ସବୁବେଳେ ତତ୍ପରତା ଦେଖାଇ ସରକାରୀ ଯୋଜନା ଗୁଡିକର ସଦୁପଯୋଗ କରାଇବାରେ ସାହାଯ୍ୟ କରୁଛନ୍ତି ବୋଲି ଜନସାଧାରଣ ଆଗ୍ରହ ସହିତ ନିଜ ଅଂଚଳର ସମସ୍ତ ଖବର ପାଇ ପାରୁଛନ୍ତି l ଆଜି କାଲିର ବ୍ୟସ୍ତ ଜୀବନ ଯାପନ କାଳରେ ଲୋକଙ୍କ ପାଖରେ ନାଁ ଲମ୍ବା ଧାଡ଼ିର ପେପେର ପଡ଼ିବାକୁ ଧର୍ଯ୍ୟ ଅଛି ନାଁ ଘରେ ବସିକରି ଟିଭି ଦେଖିବା ପାଇ ସମୟ ଅଛି l ଡିଜିଟାଲ ଦୁନିଆରେ 5ଜି ଯୁଗର ଜନସାଧାରଣ ବର୍ତ୍ତମାନ ମୋବାଇଲରେ ଫେସବୁକ ଓ ୟୁଟୁବ ଦେଖିବାକୁ ପସନ୍ଦ କରୁଛନ୍ତି l ଦିନକୁ ଦିନ ପେପର ଓ ଟିଭି ଉପରୁ ଲୋକପ୍ରିୟତା କମିବାରେ ଲାଗୁଛି l ତେଣୁକରି ଲୋକେ ୱେବ ଚ୍ୟାନେଲ ଗୁଡିକୁ ଅଧିକରୁ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି l ବଲାଙ୍ଗୀର ଜିଲ୍ଲାର ଗାନ୍ଧୀ ଷ୍ଟେଡିଅମ ଠାରେ ଥିବା ପଶ୍ଚିମ ଓଡିଶା ବିକାଶ ପରିଷଦ ହଲରେ ବଲାଙ୍ଗିର ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରାଗଲା l ଏହି ଉତ୍ସବରେ କୋଠାବାଡି ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ, ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ହଂସରାଜ ଜୈନ, କଂଗ୍ରେସ କିଷାନ ସଭାପତି ସାନନ୍ଦ ମିଶ୍ର, ପୌରପାରିଷଦ ବିଧାୟକ ନୋମିନି ଅଜୟ ବାଲି, ଯୁବ ସମାଜସେ ବୀ ବଳରାମ ବଗର୍ତ୍ତୀ ଓ ଟାଇମସ ୱାନ୍ ଓଡ଼ିଆ ୱେବ୍ ନିଉଜ ଚେନlଲ ର ମୁଖ୍ୟ ଅକ୍ଷୟ ଚାନ୍ଦ ମଞ୍ଚରେ ୱେବ ଚ୍ୟାନେଲ ରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉନ୍ନତି କାମନା କରିବା ସହିତ ଆଗାମୀ ଦିନରେ ସରକାରୀ ସାହାଯ୍ୟ ସହଯୋଗ ପାଇବାକୁ ହକଦାର ବୋଲି ଆଶ୍ରିବଚନ ପ୍ରଦାନ କରିଥିଲେ l ଏଥିରେ ଜିଲ୍ଲାର ଶତାଧିକ ସାମ୍ବାଦିକ ନିଜ ଅଂଚଳରେ ଥିବା ବଛା ବଛା ସମାଜସେବୀ, ରକ୍ତଦାତା, ପ୍ରକୃତି ବନ୍ଧୁ, ଗୋ ପାଳକ, ଗାୟକ, କବି, ବାଦ୍ୟଯନ୍ତ୍ର କଳାକାରମାନଙ୍କୁ ମଧ୍ୟ ଉକ୍ତ ଉତ୍ସବକୁ ନିମନ୍ତ୍ରିତ କରି ଅତିଥିଙ୍କ ଦ୍ୱାରା ସମ୍ମାନିତ କରିଥିଲେ l