-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
18-Feb-2024
ବଲାଙ୍ଗିର (ପ୍ରେରଣା ଖବର ): ଓଡିଶା ସରକାରଙ୍କ ସୁନେତ୍ର ଯୋଜନାରେ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ଆୟୋଜନରେ ବଲାଙ୍ଗୀର ସାମ୍ବାଦିକ ମାନଙ୍କର ଏକ ଚକ୍ଷୁ ପରୀକ୍ଷଣ ତଥା ଚଷମା ପ୍ରଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଚକ୍ଷୁ ବିଶେଷଜ୍ଞ ଡାକ୍ତର ବିଷ୍ଣୁ ପ୍ରସାଦ ମିଶ୍ର ଏହି ଶିବିରରେ ଯୋଗଦେଇ ଚକ୍ଷୁ ପରୀକ୍ଷା ପୂର୍ବକ ଚଷମା ବଣ୍ଟନ କରିଥିଲେ। ଚଷମା ପରୀକ୍ଷଣ ରେ ତୁଳସୀରାମ ସାହୁ , ଶେଖରରାମ ସାହୁ ଓ ନିରୁପମା ସାହୁ ସହଯୋଗ କରିଥିଲେ। ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ଆୟୋଜିତ ଏହି ଚକ୍ଷୁ ପରୀକ୍ଷଣ ଶିବିର ରେ ବଲାଙ୍ଗୀର ର ସାମ୍ବାଦିକ ମାନଙ୍କ ସମେତ ସହରର ୪୦ବର୍ଷ ରୁ ଅଧିକ ବୟସର ବହୁ ନାଗରିକ ଯୋଗଦେଇ ଚକ୍ଷୁ ପରୀକ୍ଷଣ କରି ଚଷମା ପ୍ରାପ୍ତ ହୋଇଥିଲେ। ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସଂପାଦକ ଶିଶିରକାନ୍ତ ଶତପଥୀ ଓ ସଂଗଠନ ସଂପାଦକ ଶରତ ଚନ୍ଦ୍ର ମିଶ୍ର ଶିବିରକୁ ପରିଚାଳନା କରିଥିଲେ।