-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
18-Feb-2024
କଳାହାଣ୍ଡି
କୋକସରା( ତ୍ରିନାଥ ବେଶ୍ରା )
ସାରା ରାଜ୍ୟରେ ସମ୍ମନିତ ଶିଶୁ ବିକାଶ ଯୋଜନା ତତଫରୁ କିଶୋରୀ ବାଳିକାମାନଙ୍କୁ ନେ଼ଇ ପ୍ରତି ପଞ୍ଚାୟତ ରେ ସଚେତନ କରାଇବା ପାଇଁ କିଶୋରୀ ବାଳିକା ମେଳା ଅନୁଷ୍ଠିତ ହେଉ ଥିବା ବେଳେ , କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମ ପାଣି ଓ ବଡ ପୋଡ଼ା ଗୁଡ଼ା ଗ୍ରାମ ପଞ୍ଚlୟତ ଠାରେ ମଧ୍ୟ୍ୟ ଆଜି କିଶୋରୀ ବାଳିକା ମେଳା ଅନୁଷ୍ଠିତ ହୋଇଥିଲା। ଏଠାରେ କୋକସରା ବ୍ଲକ ଶିଶୁ ବିକାଶ ଯୋଜନା ତତଫରୁ ମହିଳା ପରିଦର୍ଷିକା ଶ୍ରୀମତୀ ସୋନିଆ ହେମ୍ରମ କିଶୋରୀ ବାଳିକା ମାନଙ୍କୁ ସଚେତନ ହେବା ପାଇଁ ସରକାର ଙ୍କ ତରଫରୁ ବିଭିନ୍ନ ସୁବିଧା ବିଷୟରେ ବୁଝାଇ ଥିଲେ ଏବଂ ପ୍ରତି ସପ୍ତାହରେ ରକ୍ତ ହୀନତା ପାଇଁ ଗୋଟାଏ ଲେଖାଏ ବଟିକା ଓ ପ୍ରତି ୬ ମାସରେ କୁର୍ମୀ ନାଶକ ବଟିକା ଗୋଟାଏ ଲେଖାଏ ବଟିକା ଅଙ୍ଗନୱାଡ଼ି କେନ୍ଦ୍ର ରେ ମାଗଣାରେ ସରକାର ଯୋଗାଇ ଦିଆଯାଉ ଥିବା ବିଷୟ ବୁଝାଇ ଥିଲେ ଏବଂ ପ୍ରତିଯୋଗିତା ମାଧ୍ୟମରେ ଝିଅ ମାନଙ୍କୁ ପ୍ରତିଯୋଗିତା କରାଇ ପୁରସ୍କାର ଦେଇ ଥିଲେ ଓ ସଚେତନ ହେବା ପାଇଁ ବୁଝାଇ ଥିଲେ l
ଏହି କାର୍ଯ୍ୟ କ୍ରମରେ ୱlର୍ଡ ମେମ୍ବର ଓ ମାଧବୀ ଆଶା ଦିଦି ଓ ପଞ୍ଚlୟତ ର ଅଙ୍ଗବlଡ଼ି କର୍ମୀ ମାନେ ହେଲେ ଶ୍ରୀମତୀ ତୁଳସୀ ବେଶ୍ରା , ଲଳିତା ଗୋପାଳ, ପଙ୍କଜିନି ମାଝି , ରିନା କୋଚିଆ, ପୁଷ୍ପାନଜଳି ଦାସ, ଶକୁନ୍ତଳା ଧଙ୍ଗଡା ମାଝି, ତିଲେଶ୍ୱରି ବେଶ୍ରା ,ନିର ଚଲାନ, କମଳା ବାଗ, ପ୍ରତିମା ନାୟକ, ଡଲି ପୂଝାରୀ ଓ ସମାଜ ସେବିକା ରଜକାନ୍ତି ଦୁର୍ଗା ଅନେକ କର୍ମୀ ମାନେ ଏଵଂ ପ୍ରତେକ ଗ୍ରାମର ମହିଳା ମାନେ ଏହି କାର୍ଯ୍ଯ କ୍ରମ ରେ ଯୋଗଦାନ କରିଥିଲେ l