-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
17-Feb-2024
ନବରଙ୍ଗପୁର( ମିହିର ଶଙ୍କର ପାତ୍ର,)
୨୦୨୨-୨୩ରେ ଧାନ ନେଇ ଚାଉଳ ନଦେବାରୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଝରିଗାଁ ବ୍ଲକର ଅଭିଯୁକ୍ତ ମିଲ ଗୁଡ଼ିକୁ ସିଲ୍ କରିଛନ୍ତି । ଅଭିଯୁକ୍ତ ମିଲଗୁଡ଼ିକ ଜିଲ୍ଲା ପ୍ରଶାସନକୁ ପ୍ରାୟ ୨୧,୪୪୯ କ୍ୱିଂଟାଲ ଚାଉଳ ଫେରାଇ ନାହାନ୍ତି । ପ୍ରଶାସନ ନୋଟିସ୍କୁ ପାଇବା ସ୍ଵତେ ମିଲ ମାଲିକମାନେ କୌଣସି ଜବାବ ଦେଉ ନଥିଲେ ।ଅବଶେଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଆଜି ସକାଳ 12 ଘଣ୍ଟା ସମୟରରେ ଅଭିଯୁକ୍ତ ମିଲଗୁଡ଼ିକୁ ସିଲ୍ କରାଗଲା। ସୂଚନା ଅନୁସାରେ ଝରିଗାଁ ବ୍ଲକରେ ପ୍ରତିଷ୍ଠିତ 'ନବଦୁର୍ଗା ମଡର୍ଣ୍ଣ ରାଇସ୍' ଓ 'ଦୁର୍ଗା ରାଇସ୍ ମିଲ'କୁ ସିଲ କରାଯାଇଛି । ନବଦୁର୍ଗା ମୁଣ୍ଡରେ ୪୫୦୦ କ୍ଵିଣ୍ଟାଲ ଓ ଦୁର୍ଗା ରାଇସ୍ ମିଲ ୧୨୦୦ କ୍ଵିଣ୍ଟାଲ ଚାଉଳ ହଡ଼ପ କରିଛନ୍ତି । ୟା' ପୂର୍ବରୁ ନୂଆଗୁଡ଼ାର ଶ୍ରୀଶୁଭମ୍ ରାଇସ୍ ମିଲ ଓ ଗୁପ୍ତେଶ୍ୱରୀ ଆମ୍ମା ରାଇସ୍ ମିଲକୁ ସିଲ୍ କରାଯାଇଥିଲା । ଅଭିଯୁକ୍ତ ରାଇସ୍ ମିଲ୍ ମାଲିକଙ୍କ ନିକଟରୁ ଚାଉଳ ବାବଦ ଟଙ୍କା ଆଦାୟ କରାଯିବ ବଳି ସୂଚନମିଳିଲା