-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
17-Feb-2024
କଣ୍ଟାମାଳ(ଜୟ କୁମାର ମହାରଣା ): ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨.୩୦ ମିନିଟ ସମୟରେ ବୌଦ୍ଧ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ କଣ୍ଟାମାଳ ରେଞ୍ଜ ଖୁଣ୍ଟି ଗୋରା ଛକ ନିକଟରୁ ଏକ ୪୦୭ ଗାଡ଼ିରେ ଚାଲାଣ ହେଉଥିବା ୪୦ ଖଣ୍ଡ କେନ୍ଦୁ କାଠ ଗଣ୍ଡି ଜବତ କରିଛି | ବନ ବିଭାଗ ପେଟ୍ରୋଲିଂ ଟିମ୍ ଡ୍ୟୁଟି କରୁଥିବା ବେଳେ ସନ୍ଦେହ କରି ୪୦୬ ଗାଡ଼ିକୁ ଅଟକାଇ ଥିଲେ ମାତ୍ର ଗାଡ଼ି ନ ରଖିବାରୁ ଗାଡିକୁ କିଛି ବାଟ ଦଉଡ଼ାଇ ଖୁଣ୍ଟିଗୋରା ଛକ ନିକଟରେ ଅଟକାଇ ତନଖି କରିଥିଲେ | ଗାଡ଼ିରେ ଧାନ କଣ୍ଠl ସହିତ ୪୦ଖଣ୍ଡ କେନ୍ଦୁ ଗଣ୍ଡି ଥିବା ର ଦେଖି ଗାଡିକୁ ଜବତ କରିବା ସହିତ ଗାଡିର ଡ୍ରାଇଭର ଓ ଗାଡ଼ିରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ l ଏହି ଚଢ଼ାଉ ରେ ଫରେଷ୍ଟ ଗାର୍ଡ ପ୍ରକାଶ ପ୍ରଧାନ ଓ ଫରେଷ୍ଟର ପ୍ରକାଶ ସେଠି, ବୁଲି ବେହେରା ସମେତ ସ୍କ୍ୱାଡ଼ ସଦସ୍ୟ ପ୍ରଦ୍ୟୁମ୍ନ ବାଘ, ନବ ସାହୁ, ଶିବାଶିଷ ପ୍ରଧାନ ଉପସ୍ଥିତ ଥିଲେ l
[