-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
17-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ମଲିକୁଦ ଗ୍ରାମ ଗୁରୁଦାପଡା ଛକ ନିକଟରୁ ୮୦ ଖଣ୍ଡ ଶାଳ ସାଇଜ କାଠ ଜବତ୍ କରିବା ସହିତ ୩ ଜଣକୁ ଗିରଫ କରିଛି କଣ୍ଟାମାଳ ବନ ବିଭାଗ l ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଓଡି ୦୩ ଏ ୧୧୨୧ ନମ୍ବର୍ ବିଶିଷ୍ଟ ଏକ ଟାଟା ମ୍ୟାଜିକ ଗାଡ଼ିରେ ୮୦ ଖଣ୍ଡ ଶାଳ ସାଇଜ କାଠ ଚାଲାଣ ହେଉଥିବା ଖବର ପାଇ ବନ ବିଭାଗ ମଲିକୁଦ ଗ୍ରାମ ଗୁରୁଦାପଡା ଛକ ନିକଟରେ ଅଟକାଇ ଗାଡ଼ି ସହ କାଠକୁ ଜବତ୍ କରିଥିଲା l ଉକ୍ତ ମାମଲାରେ ସମ୍ପୃକ୍ତ ଏକ ବାଇକକୁ ଜବତ୍ କରି ୩ ଜଣଙ୍କୁ ଗିରଫ କରିଥିଲା l ଗିରଫ ବ୍ୟକ୍ତି ମାନେ ହେଲେ ମନମୁଣ୍ଡା ଥାନା ନୂଆପାଲି ଗ୍ରାମର ଅଶୋକ ସାହୁ, ସୋନପୁର ଜିଲ୍ଲା ବାଙ୍କବିଜା ଗ୍ରାମର ତ୍ରିଲୋଚନ ବାଘ ଓ ଗୁଲୁଡ଼ି ଗ୍ରାମର କମ୍ଭୁ କର୍ମୀ ବୋଲି ସୂଚନା ମିଳିଛି l ଆଜି ସନ୍ଧ୍ୟାରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି l ଚଢାଉରେ ମଲିକୁଦ୍ ବିଟ ଭାରପ୍ରାପ୍ତ ବନପାଳ ବୁଲି ବେହେରା, ସ୍କ୍ୱାଡ କମଚାରୀ ରଶ୍ମୀ ରଞ୍ଜନ ବେହେରା, ଅକ୍ଷୟ ଗାଈଗୋଉରିଆ ଓ ଅନ୍ୟମାନେ ସାମିଲ୍ ଥିଲେ l