-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
15-Feb-2024
କଣ୍ଟାବାଞ୍ଜି/(ପ୍ରେରଣା ଖବର )
ଫାଇଲେରିଆ ରୋଗକୁ ସମୂଳେ ନାଶ କରିବାକୁ ସରକାରଙ୍କ ତରଫରୁ ଚଳିତ ମାସ ଦଶ ତାରିଖରୁ ଉଣେଇଶ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ଚାଲିଛି।ଏହି ପରିପ୍ରେକ୍ଷୀରେ ତୁରେକେଲା କ୍ଳଷ୍ଟର ଅନ୍ତର୍ଗତ ବକବାହାଲ ପ୍ରାଥମିକ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କ୍ଳଷ୍ଟର ସଂଯୋଜକ ଶ୍ରୀ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଚେତନତା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୁନି ସାହୁ,ଅଙ୍ଗନବାଡ଼ି କର୍ମୀ ଦିବାନୀ ରଣା ଉପସ୍ଥିତ ଥିଲେ।ସର୍ବ ପ୍ରଥମେ ଶ୍ରୀ ଦାଶ ଫାଇଲେରିଆ ଓ କୃମି ଉପରେ ସଚେତନ କରେଇଥିଲେ। ଅଙ୍ଗନବାଡ଼ି କର୍ମୀ ବୟସ, ଉଚ୍ଚତା କୁ ନେଇ କିଏ କେତୋଟି ବଟିକା ଖାଇବେ ତାହାରି ଉପରେ ଛାତ୍ରଛାତ୍ରୀ, ଅଭିଭାବକ ଓ କମିଟି ସଭ୍ୟ ସଭ୍ୟା ମାନଙ୍କୁ ବୁଝେଇଥିଲେ।ତାପରେ ଯେଉଁମାନେ ଔଷଧ ଖାଇନଥିଲେ ସେମାନଙ୍କୁ ଖାଇବାକୁ ଦେଲେ।ପରିଶେଷରେ ଗାଁରେ ଯେପରି କେହି ଔଷଧ ନଖାଇ ରହିନଯାନ୍ତି ସେଥପ୍ରତି ସମସ୍ତେ ଦୃଷ୍ଟି ଦେବାକୁ କୁହାଯାଇଥିଲା।