-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
15-Feb-2024
ସିନ୍ଧେକେଲା(ପ୍ରେରଣା ଖବର ): - ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଦେଢ଼ଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଫଟୋଚିତ୍ର ରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଦେଢ଼ଗାଁ ପଞ୍ଚାୟତ ର ସରପଞ୍ଚ ଜୋସିଏଲ ସେନାପତି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଏପିଓ ଲକ୍ଷ୍ମଣ ବାଗ ,ସମ୍ମାନୀୟ ଅତିଥି ବଙ୍ଗୋମୁଣ୍ଡା ବ୍ଲକ ସାମାଜିକ ସମୀକ୍ଷକ ସୁଶୀଲ କୁମାର ପୋଡ଼,ଓଡିଶା ଜୀବିକା ମିଶନ ର ବିପିଏମ ବିଜୟ ବେହେରା, ବିଏଲସି ଜଗନ୍ନାଥ ପୁଟେଲ, ଜିଆରଏସ ଜ୍ୟୋତି ସୁନା,ନାଏବ ସରପଞ୍ଚ ସୁମିତ୍ରା ଥପା,ସମିତି ସଭ୍ୟା ସୁମିତ୍ରା ଜାଲ ,କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ଗହିର,ସାମ୍ବାଦିକ ରଶ୍ମିରଞ୍ଜନ ପୁଟେଲ, ହୁଲେଶ୍ୱର ହଂସ, ଦୀପକ କୁମାର ଦାସ ଯାଦବ ପ୍ରମୁଖ ଅତିଥି ଭାବେ ଯୋଗ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ବିଭିନ୍ନ ଲୋକାଭିମୁଖି ଯୋଜନା ବିଷୟରେ ଆଲୋଚନା କରିଥିଲେ । ବଙ୍ଗୋମୁଣ୍ଡା କଳାକାର ସଂଘ ର ଉପସଭାପତି ରେଣୁରଞ୍ଜନ ବାଗ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା, ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଗୀତ ମାଧ୍ୟମରେ ଲୋକଙ୍କୁ ଜଣାଇଥିଲେ। ଏଥିରେ ପଞ୍ଚାୟତ, ଯୋଗାଣ ସହାୟକ ଅଶୋକ ସାହୁ, ଜିଓଟେଗ ଦୀପକ କୁମାର ସୁନା,ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।