-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
15-Feb-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବଚ୍ଛ ଭାରତ ସଂଗଠନ ର ପ୍ରୟାସ ରେ ଜିଲ୍ଲାର ବିଜୁ ପଟ୍ଟନାୟକ ଛକ ସମ୍ବୁଖରେ 2019 ରେ ଜମ୍ମୁ କାଶ୍ମୀର ର ପୁଲୱାମl ଠାରେ ସହିଦ୍ ହୋଇଥିବା ୪୪ ଜଣ ସହିଦ୍ ଜୱାନ ଙ୍କୁ ମନେ ପକାଇ ଏକ ଶ୍ରଦ୍ଧାଞ୍ଜଳି ସଭା ର ଅୟୋଜନ କରିଥିଲେ l ଉପଖଣ୍ଡ ପୋଲିସ ଅଧିକାରୀ ସୋନପୁର ପ୍ରତାପ ଚନ୍ଦ୍ର ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ସ୍ଵରୂପ ସହିଦ୍ ହୋଇଥିବା ଅମର ଜଵାନ ଙ୍କ ବୀରତ୍ୱର ଗାଥା କୁ ପ୍ରଶଂସା କରିବା ସହ ଜୱାନ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ରାଷ୍ଟ୍ରଗାନ ଓ ଶୋକସଭାକୁ ଆଗତ କରିଥିଲେ । ଏନ୍ ସି ସି ଲେଫ୍ଟେନେଣ୍ଟ ଆଶିଷ ଅଗ୍ରୱାଲା, ଆଇନଜୀବୀ ପ୍ରଦୀପ ପୁରୋହିତ, ପୋଲିସ୍ କନେଷ୍ଟବଳ ସଂଘ ସଭାପତି ଦିନେଶ ମିଶ୍ର , ଅବସପ୍ରାପ୍ତ ସେନା କର୍ମଚାରୀ ବିକ୍ରମl ଦିତ୍ୟ ମହାକୁଡ଼, ସହିଦ ମାନଙ୍କ ସ୍ମୃତି ଚାରଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସମାଜ ସେବୀ ତଥା ବରିଷ୍ଠ ସାମ୍ୱାଦିକ ମନୋରଂଜନ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଶେଷ ରେ ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ଉପସ୍ଥିତ ସମସ୍ତ ସଙ୍ଗଠନ ଓ ବୁଦ୍ଧିଜୀବୀ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସ୍ବାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ସକ୍ରିୟ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଗୋପାଲଜୀ ୟୋଗାଳୟ, ଏନ୍ ସି ସି ସୁବର୍ଣ୍ଣପୁର, ପ୍ରଜ୍ଞା ଭାରତୀ ଚିନ୍ତନ ଶିକ୍ଷା ନିକେତନ ଓ ଅନ୍ୟାନ୍ୟ ସାମାଜିକ ସଂଗଠନ, ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।