-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
15-Feb-2024
ବଲାଙ୍ଗିର (ପ୍ରେରଣା ଖବର ): ମାଘ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥି ବୁଧବାର ଦିନ ଚୁଡାପାଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସରସ୍ବତୀ ପୂଜା ଓ ଶିଶୁବାଟିକା ବିଭାଗର ବିଦ୍ୟାରମ୍ଭ ସଂସ୍କାର ପାଳନ କରାଯାଇଥିଲା। ଉକ୍ତ ଉତ୍ସବରେ ବିଦ୍ୟାଳୟ ର ସମ୍ପାଦକ ସୂର୍ଯ୍ୟମଣୀ ମେହେର , କୋଷାଧ୍ୟକ୍ଷ ଲମ୍ବୋଦର ପଟେଲ, ପୂର୍ବତନ ସଭାପତି ଲୋକନାଥ କୁମୁରା, ପୂର୍ବତନ ସମ୍ପାଦକ ରାଜକୁମାର ପଧାନ, ବିଦ୍ୟାଳୟର ଅଭିଭାବକ ବୈସମ୍ପାୟନ ଥନାପତି ଉପସ୍ଥିତ ଥିଲେ। ପୂଜକଭାବେ ବ୍ୟାସଦେବ ମିଶ୍ର ପୂଜା ସମ୍ପାଦନା କରିଥିଲେ। ହୋମଯଜ୍ଞରେ ବିଦ୍ୟାଳୟ ର ପ୍ରଧାନ ଗୁରୁଜୀ ଶମ୍ଭୁପ୍ରସାଦ ମହାକୁର ଯଜ୍ଞକର୍ତ୍ତା କାର୍ଯ୍ୟ ତୁଲାଇ ଥିଲେ। ଏହି ଦିନ ବିଦ୍ୟାରମ୍ଭ ସଂସ୍କାର ଥିବା ଯୋଗୁଁ ଅଭିଭାବକ ମାନଙ୍କ ଦ୍ୱାରା ଶିଶୁ ମାନଙ୍କର ବିଦ୍ୟାରମ୍ଭ ସଂସ୍କାର ପାଳନ କରାଯାଇଥିଲା । ବିଦ୍ୟାଳୟ ନିକଟସ୍ଥ ଅଭିଭାବକ ଚିନ୍ତାମଣୀ ମେହେର
ଙ୍କ ଘରୁ ଗ୍ରନ୍ଥଗୁଡ଼ିକ ର ଶୋଭାଯାତ୍ରା ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଶମ୍ଭୁପ୍ରସାଦ ମହାକୁର ଆସିଥିବା ଅଭିଭାବିକା ମାନଙ୍କୁ ତିଳକ ଓ ପୁଷ୍ପଦେଇ ସ୍ୱାଗତ କରିଥିଲେ ଏହି କାର୍ଯ୍ୟକ୍ରମ ଶିଶୁବଟିକା ପ୍ରମୁଖ ସୁଶ୍ରୀ ରୀନାରାଣୀ ଜେନା ତୁଲାଇଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଓ ସେବିକା ମାନଙ୍କ ଦ୍ୱାରା ଏହି କାର୍ଯ୍ୟ ସଫଳ ହୋଇଥିଲା।ବିଦ୍ୟାଳୟର ଶିଶୁ ଭାଇ ଭଉଣୀ ମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ।