-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
15-Feb-2024
ଗଞ୍ଜାମ(କୃଷ୍ଣଚନ୍ଦ୍ର ପଣ୍ଡା ): ଏକ ବିଶାଳ ଉଦଘାଟିନୀ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳ ଓ ମାନ୍ୟବର ୫ ଟି ଅଧ୍ୟକ୍ଷ ତଥା ଆମ ଓଡ଼ିଶା, ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନ ମହୋଦୟଙ୍କ ଆକର୍ଷଣୀୟ ଉପସ୍ଥିତିରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶିତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ବୈଷୟିକ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଅବିସ୍ମରଣୀୟ ତଥା ଜନ କଲ୍ୟାଣକାରୀ ବହୁ ବୃହତ୍ ପ୍ରକଳ୍ପ ଗୁଡ଼ିକର ଉଦଘାଟନ କରିବା ସହିତ ଦକ୍ଷିଣ ଓଡ଼ିଶା ବାସୀଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସାଳୟ "ସମ୍ ସୁପର ସ୍ପେଶିଆଲି ହସ୍ପିଟାଲ"ର ଉଦଘାଟନ କରି ଆୟୋଜିତ ସଭାରେ ଉପସ୍ଥିତ ଜନସାଧାରଣ, ଜନପ୍ରତିନିଧି ତଥା ବିଜେଡି ସଧାରଣ କର୍ମୀ ଏବଂ ମାଆ, ଭଉଣୀ ମାନଙ୍କୁ ସମ୍ଭୋଦିତ କରିଥିଲେ ଯାହା ପରିବେଶକୁ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ କରି ଜୟ ନବୀନ..ଜୟ ବିଜେଡି ଧ୍ଵନୀରେ ଗୁଞ୍ଜରିତ ହୋଇଯାଇଥିଲା..। ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମର ସମସ୍ତ ସାଂସଦ, ବିଧାୟକ, ବିଧାୟିକା ମାନେ ତଥା ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା ଏବଂ ବିଜେଡ଼ିର ବହୁ ବରିଷ୍ଟ ନେତୃବୃନ୍ଦ ଉପସ୍ଥିତ ରହି ସଭା ଆୟୋଜନ ତଥା ପରିଚାଳନାରେ ସହଯୋଗ କରିଥିଲେ l