-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
11-Feb-2024
ବଲାଙ୍ଗୀର(ପ୍ରେରଣା ଖବର ): ଆଜି ୧୯୯୪ ବଲାଙ୍ଗିର ରାଜେନ୍ଦ୍ର କଲେଜ ଗ୍ରାଜୁଏସନ ବ୍ୟାଚ୍ ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୯୪ ମସିହାରେ ରାଜେନ୍ଦ୍ର କଲେଜରୁ ଆର୍ଟସ ବିଭାଗରେ ଗ୍ରାଜୁଏସନ୍ କରିଥିବା କଲେଜର ପୂରାତନ ଛାତ୍ର ମାନେ ଯୋଗ ଦେଇ କଲେଜ ଜୀବନର ପୁରୁଣା ସ୍ମୃତିକୁ ମନେ ପକାଇ ଥିଲେ । ସମସ୍ତଙ୍କ ମଧ୍ୟରେ ବନ୍ଧୁତା ଓ ଏକତା ସ୍ଥାପନ ପାଇଁ ଏପରି ବନ୍ଧୁମିଳନକୁ ସମସ୍ତେ ସ୍ଵାଗତ କରିଥିଲେ l
ସରୋଜ କୁମାର ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅନନ୍ତ ଦାସ, ସୁଶାନ୍ତ ବିଶୋଇ,ଅନୀଲ ପାଣିଗ୍ରାହୀ, ରଘୁ ନନ୍ଦନ ସିଂହ,
ଆଦିତ୍ୟ ବେହେରା, ଦିଲୀପ ସା, ଶିବ ନାରାୟଣ ପୁରୋହିତ, ସୁରଥ ସାହୁ, ସୁରେଶ ନାଗ, ଶିବ ଜାନୀ, କହ୍ନେଇ ଗଡତ୍ୟା, ଚନ୍ଦ୍ରମଣି ନାଏକ, ପ୍ରଶାନ୍ତ ନାଏକ, ଦାରାସିଂ ବେହେରା, ବିଜୟ ଷଡଙ୍ଗୀ,ବୁଦ୍ଧଦେବ ନାଗ, ମନୋଜ ମିଶ୍ର ପ୍ରମୁଖ ଯୋଗ ଦେଇ ନିଜର ମତାମତ ଉପସ୍ଥାପନ କରିଥିଲେ । ପ୍ରତିବର୍ଷ ଡିସେମ୍ବର ୨୨ ତାରିଖରେ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସ୍ଥିରୀକୃତ ହୋଇଥିଲା ।