-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
10-Feb-2024
କେସିଙ୍ଗା ( କେଶବ ମେହେର)
କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ ଅନ୍ତର୍ଗତ କୂଳିଆମାଲ ଗ୍ରାମ ପଞ୍ଚାୟତ ଠାରେ ଶନିବାର ବାର ଦିନ ଆମ ଓଡ଼ିଶା ନବୀନ ଓଡିଶା,,ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଓ ପଞ୍ଚାୟତ ସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଛି।ଉକ୍ତ କାର୍ଯ୍ୟ କ୍ରମ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଯାମିନି ସାହୁଓ ସ୍ଥାନୀୟ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା, ମୁଖ୍ୟ ଅତିଥି ଭାବରେ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ଲଳିତା ନାଏକ ,ବରିଷ୍ଠ ଅତିଥି ଭାବେ ଆମ ଓଡ଼ିଶା ନବୀନ ଓଡିଶା ଭବାନୀପାଟଣା ଉପଖଣ୍ଡ ସଂଯୋଜକ ଶ୍ରୀଯୁକ୍ତ ବଦ୍ରିନାରାୟଣ ପଟ୍ଟନାୟକ , ବିଜୁ ଯୁବ ଜନତା ଦଳ ରାଜ୍ୟ ବରିଷ୍ଠ ଉପ ସଭାପତି ଶ୍ରୀଯୁକ୍ତ ମଣ୍ଠୁ ନାଏକ,୩ନମ୍ୱର୍ ଜୋନ ଜିଲ୍ଲା ପରିଷଦ ଶ୍ରୀମତୀ ପୁଷ୍ପଲତା ନାଏକ, ୨ ନମ୍ୱର୍ ଜୋନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଦୟାନିଧି ନାଏକ,ସ୍ଥାନୀୟ ସମିତି ସଭ୍ୟା ତଥା ଭବାନୀପାଟଣା ବ୍ଲକ ଉପାଧକ୍ଷl ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ,ସୁଶ୍ରୀ ବିଷ୍ଣୁପ୍ରିୟା ଦୂର୍ଗା, ପାଲସି ଝରନ
ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପ୍ରୀୟlଙ୍କିନି ନାଏକ, କନିଷ୍ଠ ଯନ୍ତ୍ରୀ ଶ୍ରୀମତି ପୁଷ୍ପଲତା ପ୍ରଧାନ, GRS ଶ୍ରୀ ରୋଷନ ସାହୁ,ଯୋଗାଣ ସହାୟକ ଶ୍ରୀ ସମୀର ସାହୁ ,ଓ ଉକ୍ତ ଗ୍ରାମ ପଞ୍ଚାୟତ ର ୱାର୍ଡ ସଭ୍ୟ ,ସଭ୍ୟା, GOLF ମା ମାନେ ଓ , ଆଶା , ଅଙ୍ଗନୱାଡ଼ି, MBK,CRP, ମିଶନ ଶକ୍ତି SHG, ମା ମାନେ ଓ ଉକ୍ତ ଅଞ୍ଚଳ ର ଅନେକ ବୁଦ୍ଧଜୀବୀ ବା ଅନେକ ବ୍ୟକ୍ତିମାନେ ଯୋଗଦେଇଥିଲେ ।ଓ ରାଜ୍ୟ ସରକାରଙ୍କ ବା ଆମ ଓଡ଼ିଶା ନବୀନ ଓଡିଶା ପକ୍ଷରୁ ଗ୍ରାମାଞ୍ଚଳ ମାନଙ୍କରେ ଜଗନ୍ନାଥ ସସ୍କୃତି ର ସଂରକ୍ଷଣ ଓ ଅନେକ ଧାର୍ମିକ ସ୍ଥଳୀ ବା ମହିଳା ସଶକ୍ତି କରଣ,ବ୍ୟକିଙ୍ଗି,ଶିକ୍ଷା,କ୍ରୀଡା,ଓ ଉନ୍ନତି ମୂଳକ କାର୍ଯ୍ୟ କ୍ରମ କୁ ପୁଙ୍ଖା ନୁ ପୁଙ୍ଖା ଭାବରେ ଆଲୋଚନା କରିଥିଲେ।ଓ ଅନେକ ସଂସ୍କୃତିକ କାର୍ଯ୍ୟ କ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବହୁତ୍ ସୁନ୍ଦର୍ ଭାବେ ସଭା ପରିଚାଳନା କରିଥିଲେ ଶ୍ରୀ ଉତ୍ତମ ସାହୁ lସର୍ବ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ ।