-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
10-Feb-2024
ବଲାଙ୍ଗିର : ଆଜି ବିଜେପି ପକ୍ଷରୁ ଗାଁ କୁ ଚାଲ (ବୁଥ୍ କୁ ଚାଲ) ଅଭିଯାନ ଆରମ୍ଭ ହୋଇଛି l ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜୋନ୍ ନମ୍ଵର୍ ୨୩ ର ଚାଣ୍ଟି ମୁଣ୍ଡା ଗାଁ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଗୋପlଲଜୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକ ସମୃଦ୍ଧଶାଳୀ ଭାରତ ଗଠନ ପାଇଁ ବିଜେପି କୁ ତୃଣମୂଳ ସ୍ତରରେ ମଜବୁତ୍ କରିବା
ପାଇଁ ଆହ୍ଵାନ ଦେଇଥିଲେ l ଅନ୍ୟତମ ଅତିଥି ଭାବରେ ବିଜେପି ନେତା ପିତାମ୍ବର ଖମାରି, ମଣ୍ଡଳ ସଭାପତି ଶ୍ରୀକାନ୍ତ ଜାଲ ,ସୁନେଶ ରଥ, ଚିନ୍ତାମଣି ମହାକୁଡ଼, ନାରାୟଣ ନାଥ, ବିପିନ ବିହାରୀ ବେହେରା ପ୍ରମୁଖ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଯୁଗାନ୍ତକାରୀ ଯୋଜନାକୁ
ଘରେ ଘରେ ପହଞ୍ଚାଇବାକୁ ଜନସାଧାରଣଙ୍କୁ ପରମର୍ଶ ଦେଇଥିଲେ l ଏଥିରେ ବିଜେପିର ଶତାଧିକ ବୁଥ୍ ସ୍ତରୀୟ କର୍ମକର୍ତ୍ତା ମାନେ ଯୋଗ ଦେଇ ନିଜ ଅଞ୍ଚଳର ଅଭାବ ଅସୁବିଧା ସମ୍ପର୍କରେ ବିଜେପି କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବନମାଳି ବେହେରା, ଶିଶୁପାଲ ସାହୁ , ସୁଦାମ ମହାର, ଚନ୍ଦ୍ରିକା ନାଥ, ସନ୍ୟାସୀ ଚନ୍ଦନ, ଉମାକାନ୍ତ ମଲ୍ଲିକ, ରାଜୁ ନାଏକ ,ସନ୍ତୋଷ ପ୍ରଧାନୀ,ଦେବରାଜ ସାହୁ, ରମାକାନ୍ତ ଲେଙ୍କା, ପlଣ୍ଡବ ବଗର୍ତ୍ତୀ, ଉମାକାନ୍ତ ମଲ୍ଲିକ ପ୍ରମୁଖ ଏହି ଅଭିଯାନରେ ସାମିଲ ଥିଲେ l