-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
10-Feb-2024
ନର୍ଲା (ଦିପକ ସାହୁ)
କଳାହାଣ୍ଡି ଜିଲ୍ଲା ନର୍ଲା ପଞ୍ଚାୟତ ସମିତି ୨୬ ଗୋଟି ଗ୍ରାମ ପଞ୍ଚାୟତ କୁ ନେଇ ବ୍ଲକ କାର୍ଯ୍ୟଳୟ ପରିଚାଳିତ ହେଉଛି କିନ୍ତୁ ପରିତାପର ବିଷୟ ଚଳିତ ବର୍ଷ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ମରୁଡି ପଡ଼ିଥିବା ଦେଖିବାକୁ ମିଳିଛି ,ବର୍ତ୍ତମାନ ରାଜ୍ୟ ସରକାର ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ସାଧାରଣ ଲୋକଙ୍କ ମୌଳିକ ଅଧିକାର ପୁରଣ ପାଇଁ ଧୃତ ଗତିରେ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ କରୁଥିବା ବେଳେ ନର୍ଲା ବ୍ଲକ ର ୨୬ ଗୋଟି ଗ୍ରାମ ପଞ୍ଚାୟତ ପାଇଁ ମାତ୍ର ୧୦ ଜଣ ପିଇଓ ବ୍ଲକ ରେ କାର୍ଯ୍ୟ କରୁଛନ୍ତି ,ଫଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଠିକ୍ ସମୟରେ ଲୋକଙ୍କ ପାଖରେ ପହଞ୍ଚି ପାରୁ ନ ଥିବା ବେଳେ ବିଭିନ୍ନ ସେବାରୁ ସାଧାରଣ ଲୋକେ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି ,ଏବଂ ଏତେବଡ ବ୍ଲକ ରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ,WEO ଏବଂ OLM BPC ଭଲି ବହୁ ଗୁରୁତ୍ଵପୂର୍ଣ୍ଣ ପଦବୀ ମଧ୍ୟ ଖାଲି ପଡିଥିବାରୁ ଗ୍ରାମ ପଞ୍ଚାୟତ ସ୍ତରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଲୁଛି ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ନର୍ଲା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଦୁଇ ବରିଷ୍ଠ ଜନ ପ୍ରତିନିଧି ବିଧାୟକ ଶ୍ରୀଯୁକ୍ତ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦୁ ସିଂଦେଓ ନର୍ଲା ବ୍ଲକ ର ଦୂରାବସ୍ଥା କୁ ଅଣଦେଖା କରି ଦୁଇ ପଦସ୍ତ ନେତା ନିଜ ନିଜ ଶକ୍ତି ପ୍ରଦର୍ଶନ ରେ ବ୍ୟସ୍ତ ରହି ନର୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜାଗାରେ ସଭା ସମିତି ଭୋଜିଭାତ ,ଖେଳକୁଦ, ଉଦ୍ଘାଟନୀ , ଶିଳାନ୍ୟାସ ଓ ଫିତାକଟା ରେ ମସଗୁଲ ରହୁଥିବାରୁ ସାଧାରଣ ଜନତାଙ୍କ ମଧ୍ୟରେ ରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ,ଏବଂ ଏଭଳି ସମସ୍ୟା କୁ ଯଦି ନିର୍ବାଚିତ ଜନପ୍ରତିନିଧି ମାନେ ଧ୍ୟାନ ନ ଦେବେ ତା ହେଲେ ଆଗାମୀ ସାଧାରଣ ନିର୍ବାଚନ ରେ ନର୍ଲା ବ୍ଲକର ସଚେତନ ନାଗରିକ ମାନେ ଏମାନଙ୍କ ଠାରୁ ମୁଁହଁ ଫେରାଇ ନେବେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି