-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଆଇଆଇଏମ, ସମ୍ବଲପୁରର ଲୋକାର୍ପଣ ସହ ଓଡ଼ିଶାକୁ ୬୮,୦୦୦ କୋଟି ଟଙ୍କା ପ୍ରକଳ୍ପର ଉପହାର ଦେଲେ ପ୍ରଧାନମନ୍ତ୍ରୀ

05-Feb-2024




̤
ସମ୍ବଲପୁର -(ସଂଜୀବପାଣିଗ୍ରାହୀ) –  ଆମେ ଓଡ଼ିଶାକୁ ଶିକ୍ଷା ଓ ଦକ୍ଷତା ବିକାଶର ମହତ୍ତ୍ୱପୂର୍ଣ୍ଣ କେନ୍ଦ୍ର କରିବା ପାଇଁ ନିରନ୍ତର ପ୍ରୟାସ କରିଛୁ । ବିଗତ ଦଶକରେ ଓଡ଼ିଶାକୁ ମିଳିଥିବା ଆଧୁନିକ ଶିକ୍ଷା ଅନୁଷ୍ଠାନ ଗୁଡିକ ଯୁବବର୍ଗଙ୍କ ଭାଗ୍ୟ ବଦଳାଉଛି ବୋଲି ଶନିବାର ଆଇଆଇଏମ, ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ପ୍ରାୟ ୬୮ ହଜାର ୧୬୦ କୋଟିରୁ ଅଧିକ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ, ଶୁଭାରମ୍ଭ ଓ ଶିଳାନ୍ୟାସ କରିବା ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।   

ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମା’ସମଲେଶ୍ୱରୀଙ୍କ ମାଟି, ହୀରାକୁଦ ନଦୀବନ୍ଧର ପାଦଦେଶ, ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ସ୍ୱଭାବ କବି ଗଙ୍ଗାଧର ମେହେର, ସନ୍ଥ କବି ଭୀମ ଭୋଇଙ୍କ ଐତିହ୍ୟସମ୍ପନ୍ନ ଭୂମିକୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ।  ଓଡ଼ିଶାର ବିକାଶ ଯାତ୍ରାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମ, ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି । ଏହାସହ ପ୍ରାୟ ୬୮ ହଜାର ୧୬୦ କୋଟିରୁ ଅଧିକ ଟଙ୍କାର ୧୮ଟି ପ୍ରକଳ୍ପ ଗୁଡିକର ଉପହାର ଦେଇଥିବାରୁ ଓଡ଼ିଶା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ପ୍ରଧାନ । ଏହି ବିକାଶମୂଳକ ପ୍ରକଳ୍ପ ଗୁଡିକ ଓଡ଼ିଶାର ବିକାଶ ଅଭିବୃଦ୍ଧିରେ ନୂଆ ଅଧ୍ୟାୟ ଯୋଡିଛି ବୋଲି ସେ କହିଛନ୍ତି ।   

ପ୍ରଧାନମନ୍ତ୍ରୀ ସବୁବେଳେ ‘ପୂର୍ବଦୋୟ ମିଶନ’ରେ ପୂର୍ବ ଭାରତର ବିକାଶକୁ ପ୍ରାଥମିକତା ଦେଇଛନ୍ତି, ଯାହାର କେନ୍ଦ୍ରବିନ୍ଦୁରେ ଓଡ଼ିଶା ରହିଛି । ନିକଟରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ପ୍ରଧାନମନ୍ତ୍ରୀ ପୂର୍ବୋଦୟକୁ ପ୍ରାଥମିକତା ଦେଇଛନ୍ତି । ଯେଉଁ ପର୍ଯ୍ୟନ୍ତ ପୂର୍ବ ଭାରତ ବିକଶିତ ହୋଇନାହିଁ, ସେ ପର୍ଯ୍ୟନ୍ତ ସମଗ୍ର ଭାରତର ବିକାଶ ସମ୍ଭବ ନୁହେଁ । ଆଜି ଏକ ସୁଖଦ ସଂଯୋଗ, ଭାରତର ନୂଆ ସଂସଦ ଭବନ ଯେଉଁ ସମୟରେ ଶୁଭ ଦିଆଯାଇଥିଲା ସେହି ସମୟରେ ପ୍ରଧାନମନ୍ତ୍ରୀ ନିଜେ ଜାନୁଆରୀ ୨,୨୦୨୧ରେ ଅନଲାଇନରେ ଆଇଆଇଏମ, ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରନ୍ତି, ସେହି ପ୍ରକଳ୍ପର ଲୋକାର୍ପଣ ମଧ୍ୟ କରନ୍ତି । ଆଜି ଲୋକାର୍ପିତ ଆଇଆଇଏମ, ସମ୍ବଲପୁର  ୨୦୪୭ ସୁଦ୍ଧା ଦେଶକୁ ବିକଶିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ।   

ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ବିକାଶ ପାଇଁ ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି ।  କଂଗ୍ରେସ ସରକାର ଗତ ୧୦ ବର୍ଷରେ ମାତ୍ର ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିଲା । ଆଜି ଶୁଭାରମ୍ଭ ଓ ଶିଳାନ୍ୟାସ ହୋଇଥିବା ୬୮ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଗୁଡିକ ଭିତରେ ୫୭ ହଜାର କୋଟି ଟଙ୍କା କେବଳ ଶକ୍ତି କ୍ଷେତ୍ରରେ ନିବେଶ ହେବାକୁ ଯାଉଛି ।  ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ  ଓ ଏନ୍ଏସପିସିଏଲ୍ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ ର ଶୁଭ ଉଦଘାଟନ ହୋଇଛି । ଝାରସୁଗୁଡ଼ା-ବରପାଲି-ସରଡେଗା ରେଳ ଲାଇନ୍ ଏବଂ ସମ୍ବଲପୁର-ତାଳଚେର ରେଳଲାଇନ୍ ଦୋହରୀକରଣ(୧୬୮ କିମି)ର ଦୋହରୀକରଣ ହୋଇଛି ।   ଏହାର ସିଧା ସିଧା ଲାଭ ରାଜ୍ୟକୁ ବିଶେଷ ଭାବରେ ଯୁବକକୁ ମିଳିବ । ରାଜ୍ୟର ରୋଜଗାର ବଢିବ, ଭାରତର ଅର୍ଥନୀତି ବିକାଶ ହେବ । 

ଆମ ସରକାର ସର୍ବାଙ୍ଗୀନ, ସର୍ବବ୍ୟାପୀ ଓ ସର୍ବସମାବେଶୀ ସରକାର । ଜାତୀୟ ଶିକ୍ଷା ନୀତିର ପ୍ରଣୟନ ହୋଇଛି । ନିକଟରେ ଆଗତ ହୋଇଥିବା କେନ୍ଦ୍ରର ଅନ୍ତରୀଣ ବଜେଟରେ ଶିକ୍ଷା କ୍ଷେତ୍ରରେ ସର୍ବାଧିକ ୧ ଲକ୍ଷ ୨୧ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ୨୦୧୪ ତୁଳନାରେ ୫୦ ଭାଗ ବୃଦ୍ଧି ହୋଇଛି । ମୋଦି ସରକାରରେ ଦେଶରେ ୭ ଟି ନୂଆ ଆଇଆଇଟି, ୧୬ଟି ଟ୍ରିପଲ ଆଇଟି, ୮ଟି ଆଇଆଇଏମ୍ ପ୍ରତିଷ୍ଠା ହୋଇଛି । ୧୫ଟି ଏମ୍‌ସ ଓ ୩୯୦ଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଜୟ ଅନୁସନ୍ଧାନ ଯୋଜନାରେ ୫୦ ବର୍ଷ ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ସହିତ ୧ ଲକ୍ଷ କୋଟି ଟଙ୍କାର କୋର୍ପସ ପାଣ୍ଠି ଘୋଷଣା ହୋଇଛି । ଏହା ନୂଆପିଢିଙ୍କୁ ଲାଭ ଦେବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅମୃତ କାଳ ଆଜି କର୍ତ୍ତବ୍ୟ କାଳରେ ପରିବର୍ତ୍ତିତ ହେଉଛି । 

 ପ୍ରଧାନମନ୍ତ୍ରୀ ମହିଳା ନେତୃତ୍ୱ ବିକାଶର କଳ୍ପନା କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଝିଅ ମାନଙ୍କ ସଂଖ୍ୟା ବଢୁଛି । ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀଙ୍କ ନାମଲେଖାରେ ୨୬.୫ ପ୍ରତିଶତ ବୃଦ୍ଧି ହୋଇଛି । ୪୩ ପ୍ରତିଶତ ଝିଅ ବିଜ୍ଞାନ, ଗଣିତ ଓ ଇଞ୍ଜିନିୟରିଂରେ ପାଠ ପଢୁଛନ୍ତି । ଆଇଆଇଏମ ସମ୍ବଲପୁରରେ ୫୧ ପ୍ରତିଶତ ଛାତ୍ରୀ ପାଠ ପଢୁଛନ୍ତି । ଏହା ମହିଳା ସସକ୍ତିକରଣର ନମୁନା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

‘ବିକଶିତ ଓଡ଼ିଶା ପାଇଁ ବିକଶିତ ଭାରତ’ର ଏହି ଗରିମାମୟ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ,ସମ୍ବଲପୁର ସଂସଦ ନିତେଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକ ନାଉରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like