-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
05-Feb-2024
ଲୋଇସିଂହା, (ବିନୋଦ କୁମାର ଦୀପ) ଆଜି ଲୋଇସିଂହା ବ୍ଲକ ପରିସରରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପଂଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଏବିଡିଓ ରାଜେନ୍ଦ୍ର ବାବୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଲୋଇସିଂହା ସରପଞ୍ଚ ଶ୍ରୀଯୁକ୍ତ ନବକିଶୋର ନାଏକ ଯୋଗ ଦେଇଥିବା ବେଲେ ଅନ୍ୟତମ ଅତିଥି ଭାବେ ଲୋଇସିଂହା ସମିତିସଭ୍ୟ ସୁଶୀଲ ପାଣ୍ଡେ, ଜିପିଓ କିଶୋରଚନ୍ଦ୍ର ମାନସିଂହ, ନୋଡାଲ ଅଫିସର ଶ୍ରୀଯୁକ୍ତ ବୁଦ୍ଧରାମ ଭୋଇ ମଂଚାସୀନ ଥିଲେ l
ରାଜ୍ୟ ସରକାର ଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିଥିଲେ l ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ ସଂସ୍କୃତିକ କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ କର୍ମଚାରୀ ତଥା ଦର୍ଶକବୃନ୍ଦ ଖୁଵ ମନୋରଞ୍ଜନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସଭା ପରିଚାଳନା ସରୋଜ ମହାକୁର କରିଥିବା ବେଳେ ଲୋଇସିଂହା ପିଇଓ ପ୍ରେମାନନ୍ଦ ମହାଲିଙ୍ଗ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l