-+91-9937148622 |

prerana_bgr@rediffmail.com |

  Thursday 14th May 2026 |

| | | |

R.N.I. Regd No. ODIODI/2010/46693

Breaking News

ମାଟ୍ରିକ ପରୀକ୍ଷାରେ ବ୍ଲକ୍ ଟପ୍ପର ତଥା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (14-May-2026)       ||      ପୁଅକୁ ମାରି ମାଟିତଳେ ପୋତି ଦେଲେ ବାପା, ମା    (14-May-2026)       ||      ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ କଣ୍ଟାମାଳ ଆଦର୍ଶ ବିଦ୍ୟାଳୟ ର ସଫଳତା, ୯୦.୪ପ୍ରତିଶତ ରଖି ସୋନାଲି କର୍ଣ୍ଣ ସ୍କୁଲ ଟପ୍ପର    (14-May-2026)       ||      ବରୀ ତହସିଲ ଅଧୀନରେ ଚାଲିଛି ବେଧଡ଼କ ମାଟି, ବାଲି ଲୁଟ୍   (14-May-2026)       ||      ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି    (13-May-2026)       ||      ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   (13-May-2026)       ||      ପିସି ଓ ଚୌକି ମୋହରେ ବାବୁ, ଠିକାଦାର ମହଲରେ ଅସନ୍ତୋଷ   (13-May-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସି.ଵି.ଏସ.ଇ ଦ୍ବାଦଶ (ବିଜ୍ଞାନ)ଫଳାଫଳ  ପ୍ରକାଶିତ    (13-May-2026)       ||      ବିନିକା ପ୍ରିମୀୟର ଲିଗ,ସ୍ମାର୍ଟ୧୧କୁ ହରାଇ ତ୍ରିରଙ୍ଗାର ବିଜୟ ଧାରା ଜାରି   (13-May-2026)       ||      *ସୁବର୍ଣ୍ଣପୁର ରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନ ସିପ ର ଦ୍ୱିତୀୟ ଦିବସ*   (13-May-2026)       ||      *ଘର କୁ ଘର ଗ୍ୟାସ ହୋମ ଡେଲିଭରୀ ସେବା ପ୍ରଦାନ କରିବା କୁ ଉପଭୋକ୍ତା ଙ୍କୁ ଦୃଢ ପ୍ରତିଶୁତି ଦେଲେ ଚରଣ ନାଏକ*   (13-May-2026)       ||      କଳାହାଣ୍ଡି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ନର୍ଲା ଥାନା କାର୍ଯ୍ୟକଳାପ ପାଇଁ ଏକ ନମ୍ୱର୍ ସ୍ଥାନ ଅଧିକାର କରିଥିବା ସୂଚନା !   (13-May-2026)       ||      *ଖୁଟଗୁଡା ରେ ହିନ୍ଦୁ ମହାସଂଘ ପ୍ରମୁଖ ଙ୍କୁ ଭବ୍ୟ ସ୍ଵାଗତ*   (13-May-2026)       ||      ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ପୁରୁଷ ବନ୍ଧୁଙ୍କ ସମେତ ୪ ଗିରଫ   (13-May-2026)       ||      ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଏଆଇଡିଏସ୍ଓ    (13-May-2026)       ||      ପାଳଲହଡା ଅଞ୍ଚଳରେ ଅବୈଧ ଓ ଅନଧିକୃତ ଲଘୁ ଖଣିଜ ଖନନ ଏବଂ ପରିବହନ ଉପରେ ଚଢାଉ ହାଇବା ଜବତ    (13-May-2026)       ||      ମା ଙ୍କୁ ମନେ ପକାଇଲେ ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ ର ସଭ୍ୟସଭ୍ୟା    (13-May-2026)       ||      ସାଇଟ କଲେଜରେ ବିଶ୍ୱ ସେବିକା ଦିବସ ପାଳନ   (13-May-2026)       ||      କଟକ ସଦର ବ୍ଲକରେ ଅନ୍ତୋଦୟ ଯୋଜନାରେ ଅନିୟମିତତା    (13-May-2026)       ||      ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ   (12-May-2026)       ||     

HOME   ଜିଲ୍ଲା

ରୂପାନ୍ତରିତ ସ୍କୁଲର ସଠିକ ଉପଯୋଗ କରି ଭଲ ପାଠ ପଢି ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପିଲାମାନଙ୍କୁ ପରାମର୍ଶ, ସମସ୍ତଙ୍କୁ ଧନ୍ୟବାଦ ଦେଇ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ଅନୁରୋଧ କଲେ 5T ଅଧ୍ୟକ୍ଷ

22-Jan-2024



ଚତୁର୍ଥ ପର୍ଯ୍ୟାୟରେ ୧୭୯୪ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହେବ,ପୂର୍ବରୁ ୩ଟି ପର୍ଯ୍ୟାୟରେ ୬୮୮୩ଟି ସ୍କୁଲର ଲୋକାର୍ପଣ 

ଭୁବନେଶ୍ବର(ପ୍ରେରଣା ଖବର ): ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ, ସମ୍ବଲପୁର, ନୂଆପଡା, ରାୟଗଡ ଓ ବଲାଙ୍ଗିର ଆଦି ୫ଟି ଜିଲ୍ଲାର ୩୬୧ଟି ରୂପାନ୍ତରିତ ସ୍କୁଲକୁ   ଲୋକାର୍ପିତ କରିଛନ୍ତି ।

 ଏଥିରେ ମୟୁରଭଞ୍ଜ ଜିଲ୍ଲାର ୧୦୫ଟି ହାଇସ୍କୁଲ, ସମ୍ବଲପୁରର ୬୩ଟି,   ନୂଆପଡାର ୩୩ଟି, ରାୟଗଡର ୬୦ଟି  ଓ ବଲାଙ୍ଗିର ୧୦୦ଟି ହାଇସ୍କୁଲ ଅନ୍ତର୍ଭୁକ୍ତ।

ସୂଚନାଯୋଗ୍ୟ ଯେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି  ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଏବେ ସରକାରୀ ସ୍କୁଲ ଗୁଡିକ ଶ୍ରେଷ୍ଠ ମାଧ୍ୟମ ହୋଇଛି। ରୂପାନ୍ତରିତ ସ୍କୁଲର ସଠିକ ଉପଯୋଗ କରି ଭଲ ପାଠ ପଢି ନିଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଏବେ ଓଡିଶାରେ ରୂପାନ୍ତରର ଯୁଗ ଚାଲିଛି। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ। ସ୍କୁଲ ରୂପାନ୍ତର ଓଡିଆ  ଜାତିରେ  ନୂଆ  ଜାଗରଣ ର  ମାର୍ଗ  ପ୍ରଶସ୍ତ  କରିଛି  ବୋଲି  ସେ  କହିଥିଲେ ।  ସ୍କୁଲ କଲେଜ ଠାରୁ ଆରମ୍ଭ କରି ହସ୍‌ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମଠ ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ଯ୍ୟ ଚାଲିଛି । ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି । ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏସବୁ ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ।  ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ। 

ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ  5T ଉପକ୍ରମରେ ଏହି ରୂପାନ୍ତର କାର୍ଯ୍ୟକ୍ରମରେ ତୁମ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର, ଅତ୍ୟାଧୁନିକ ଲାବୋରେଟେରୀର ବ୍ୟବସ୍ଥା କରାଯାଇଛି। ଏହା ହେଉଛି ଟେକ୍‌ନୋଲୋଜିର ପ୍ରୟୋଗ। ସେହିଭଳି ଟିମ୍‌ୱାର୍କ ଜରିଆରେ ସମସ୍ତେ ମିଳିମିଶି କାମ କରୁଛନ୍ତି। ସମସ୍ତଙ୍କ ସହ ଆଲୋଚନା କରି ସବୁ କାମ ସ୍ବଚ୍ଛତାର ସହ କରାଯାଉଛି। ଏହିସବୁର ଉପଯୋଗରେ ତୁମ ସ୍କୁଲ ମାନଙ୍କରେ ଆସିଛି ରୂପାନ୍ତର। ଯାହାକୁ  ତୁମେ ଏବେ ଦେଖୁଛ ଓ ଅନୁଭବ କରୁଛ ।ପିଲାମାନଙ୍କ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । ସରକାରୀ ସ୍କୁଲ ମାନଙ୍କରେ ପିଲାମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି । ଏବେ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲା ଓ ଅଭିଭାବକ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। 

ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ତୁମେମାନେ ତୁମ ଜୀବନରେ 5T  ନୀତିର ପ୍ରୟୋଗ କର । ଏହା ତୁମ ମାନଙ୍କ ପାଇଁ  ସଫଳତା ଆଣିଦେବ। ତୁମେ ମାନେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ଚେଷ୍ଟା କର। ମିଳିମିଶି କାମ କର। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ କ୍ରୀଡା କ୍ଷେତ୍ରରେ ଟିମ୍‌ ୱାର୍କର ବିଶେଷ ଭୂମିକା ରହିଛି । ସ୍ବଚ୍ଛତା ଓ ସାଧୁତା ହେଉଛି ମଣିଷ ଜୀବନର ଶ୍ରେଷ୍ଠ ଗୁଣ। ଜୀବନର ସବୁ କ୍ଷେତ୍ରରେ ସାଧୁତା ଅବଲମ୍ବନ କରିବାକୁ ଚେଷ୍ଟା କର। ସମୟ ହେଉଛି ତୁମ ମାନଙ୍କ ପାଇଁ ସବୁଠାରୁ ମୂଲ୍ୟବାନ। ସମୟକୁ ନଷ୍ଟ ନ କରି ତାର ଉପଯୋଗ କର । ଏହି ଚାରୋଟି ନୀତିକୁ ଅନୁସରଣ କଲେ ଜୀବନରେ ସଫଳତା ହାସଲ କରି ରୂପାନ୍ତର ଆସିବ। କାର୍ଯ୍ୟକ୍ରମରେ ଯୋଗ ଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ  ଭି କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ପ୍ରଥମରୁ ସ୍କୁଲ ରୂପାନ୍ତର ଏକ ସ୍ୱପ୍ନ ଭଳି ଥିଲା । ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଅଭିଭାବକ ସମସ୍ତଙ୍କ ସହଯୋଗରେ, ଟିମ୍‌ ୱାର୍କରେ  ଏହା ଅଭୂତପୂର୍ବ ସଫଳତା ପାଇଛି ବୋଲି ସେ କହିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ବର୍ତ୍ତମାନ ରୂପାନ୍ତରିତ ସ୍କୁଲଗୁଡିକର ରକ୍ଷଣାବେକ୍ଷଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇ ସେ ଏଥି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

 ଏହି ଅବସରରେ 5T ସ୍କୁଲ ରୂପାନ୍ତର ସଂପର୍କରେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ମୟୁରଭଞ୍ଜ ଜିଲ୍ଲାର ନବମ ଶ୍ରେଣୀର ଛାତ୍ରୀ ଆର୍ଯ୍ୟସୂତା ପ୍ରଧାନ, ରାୟଗଡର ନବମ ଶ୍ରେଣୀ ଛାତ୍ର ଗୁପ୍ତେଶ୍ୱର ନାଗ, ନୂଆପଡାର ଦଶମ ଶ୍ରେଣୀ ଛାତ୍ରୀ ପ୍ରିୟଦର୍ଶିନୀ ତାଣ୍ଡି  ଏବଂ ବଲାଙ୍ଗିରର ନବମ ଶ୍ରେଣୀ ଛାତ୍ର ସାନ୍ତନୁ ରଣା ପ୍ରମୁଖ ସେମାନଙ୍କ ମତାମତ ଦେଇ କହିଲେ ଯେ ସ୍କୁଲ ରୂପାନ୍ତର ଆମ ପାଠପଢା ପାଇଁ ସମ୍ପୂର୍ଣ୍ଣ ସୁଯୋଗ ସୃଷ୍ଟି କରିଛି। 5T ଉପକ୍ରମ ଆମ ବିଦ୍ୟାଳୟର ସ୍ୱରୂପ ବଦଳାଇ ଦେଇଛି। ବର୍ତ୍ତମାନ ଆମେ ଆମର ଲକ୍ଷ୍ୟ ପୂରଣ ନେଇ ଗଭୀର ଆତ୍ମବିଶ୍ୱାସର ସହ ପାଠ ପଢୁଛୁ। 

ସମ୍ବଲପୁରର ଦଶମ ଶ୍ରେଣୀ ଦୃଷ୍ଟିବାଧିତ ଛାତ୍ରୀ ପୂର୍ଣ୍ଣିମା ଭୁଏ ହେଉଛନ୍ତି ଜିଲ୍ଲା ସରକାରୀ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରୀ। ସେ କହିଲେ ଆମ ପାଠ ପଢିବା ପାଇଁ ସ୍ମାର୍ଟ କ୍ଲାସ ରୁମ୍ ସହିତ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ଯାହାକି ଆମ ପାଇଁ ପାଠ ବୁଝିବାକୁ ସହଜ କରିଛି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ଓ5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ।

ଡାକ୍ତର, ଇଂଜିନିୟର, ଆଇ. ପି. ଏସ, ଶିକ୍ଷକ ହେବାକୁ ପିଲାମାନଙ୍କ ଲକ୍ଷ୍ୟ। ପିଲାମାନେ ସମସ୍ତେ  ସେମାନଙ୍କ  ଲକ୍ଷ୍ୟ  ପୁରଣ ରେ ସଫଳ ହେବେ ବୋଲି ଆତ୍ମବିଶ୍ବାସ ସହ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ମୟୁରଭଞ୍ଜରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ରାୟଗଡରେ ଅନୁସୂଚିତ ଜନଜାତି, ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା,   ସମ୍ବଲପୁରରେ ବିଧାୟକ ରୋହିତ ପୁଜାରୀ, ନୂଆପଡାରେ ସାଂସଦ ବସନ୍ତ ପଣ୍ଡା ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭଗତରାମ ମାଝୀ ଏବଂ ବଲାଙ୍ଗିରରେ ଜଳସଂପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରମୁଖ ଯୋଗ ଦେଇ କହିଲେ ଯେ ଓଡିଶାର ପିଲାମାନେ ବଡ ହେବା ପାଇଁ, ଭଲ ମଣିଷ ହେବା ପାଇଁ ମୁଖ୍ୟମନ୍ତ୍ରୀ ସବୁ ବ୍ୟବସ୍ଥା କରିଛନ୍ତି। ସାଧାରଣ ଗରୀବ ଘରର ପିଲା ମଧ୍ୟ ନିଜର ଲକ୍ଷ୍ୟ ପୂରଣ କରିପାରିବ। ପିଲାମାନଙ୍କର ପ୍ରତିଭା ଓ ସମ୍ଭାବନାକୁ ସ୍କୁଲ ରୂପାନ୍ତର ପୂର୍ଣ୍ଣ ବିକଶିତ  କରିବ ବୋଲି ସେମାନେ ମତ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ । ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାଟ୍ରିକ ପରୀକ୍ଷାରେ ବ୍ଲକ୍ ଟପ୍ପର ତଥା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   14-May-2026
  ଜିଲ୍ଲା  
ପୁଅକୁ ମାରି ମାଟିତଳେ ପୋତି ଦେଲେ ବାପା, ମା   14-May-2026
  ଜିଲ୍ଲା  
ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ କଣ୍ଟାମାଳ ଆଦର୍ଶ ବିଦ୍ୟାଳୟ ର ସଫଳତା, ୯୦.୪ପ୍ରତିଶତ ରଖି ସୋନାଲି କର୍ଣ୍ଣ ସ୍କୁଲ ଟପ୍ପର   14-May-2026
  ଜିଲ୍ଲା  
ବରୀ ତହସିଲ ଅଧୀନରେ ଚାଲିଛି ବେଧଡ଼କ ମାଟି, ବାଲି ଲୁଟ୍   14-May-2026
  ଶି‍କ୍ଷା ଓ ନିଯୁକ୍ତି  
ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି   13-May-2026
  ରାଜ୍ୟ  
ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   13-May-2026
  ଜିଲ୍ଲା  
ପିସି ଓ ଚୌକି ମୋହରେ ବାବୁ, ଠିକାଦାର ମହଲରେ ଅସନ୍ତୋଷ   13-May-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସି.ଵି.ଏସ.ଇ ଦ୍ବାଦଶ (ବିଜ୍ଞାନ)ଫଳାଫଳ  ପ୍ରକାଶିତ    13-May-2026
  ଜିଲ୍ଲା  
ବିନିକା ପ୍ରିମୀୟର ଲିଗ,ସ୍ମାର୍ଟ୧୧କୁ ହରାଇ ତ୍ରିରଙ୍ଗାର ବିଜୟ ଧାରା ଜାରି   13-May-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନ ସିପ ର ଦ୍ୱିତୀୟ ଦିବସ*   13-May-2026
  ଜିଲ୍ଲା  
*ଘର କୁ ଘର ଗ୍ୟାସ ହୋମ ଡେଲିଭରୀ ସେବା ପ୍ରଦାନ କରିବା କୁ ଉପଭୋକ୍ତା ଙ୍କୁ ଦୃଢ ପ୍ରତିଶୁତି ଦେଲେ ଚରଣ ନାଏକ*   13-May-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ନର୍ଲା ଥାନା କାର୍ଯ୍ୟକଳାପ ପାଇଁ ଏକ ନମ୍ୱର୍ ସ୍ଥାନ ଅଧିକାର କରିଥିବା ସୂଚନା !   13-May-2026

You Might Also Like