-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||     

HOME   ଜିଲ୍ଲା

ବରୀ ତହସିଲ ଅଧୀନରେ ଚାଲିଛି ବେଧଡ଼କ ମାଟି, ବାଲି ଲୁଟ୍

14-May-2026



(ରଂଜିତ ମହାନ୍ତି )
 ବରୀ ତହସିଲ ଅଧୀନରେ ବେଧଡ଼କ ଭାବେ ଚାଲିଛି ମାଟି, ବାଲି ଲୁଟ୍। ଧର୍ମକୁ ଆଖିଠାର ସଦୃଶ କାଟାଯାଉଛି ରସିଦ୍। ସରକାରୀ ଖାତାକୁ ୫ହଜାର ଯାଉଥିଲା ବେଳେ ବେସରକାରୀ ଭାବେ ହଜାରହଜାର ଟଙ୍କା ଆଦାୟ କରାଯାଉଛି। ସେପଟେ ୫୨୪୦ ଟଙ୍କାର ଗୋଟିଏ ଜରିମାନା ରସିଦ୍ କାଟି ମାଫିଆ ଦିନକୁ ଶହଶହ ଟ୍ରିପ୍ ମାଟି ବିକ୍ରିକରି ମାଲାମାଲ ହେଉଛନ୍ତି। ଶହଶହ ଟ୍ରିପ୍ ମାଟିରେ ଡିହବନ୍ଧା ଯାଉଥିବା ଏକ ସ୍ଥାନରୁ ମାଟି ଆଣିବାକୁ ପ୍ରଶାସନ କିପରି ଭାବେ ଅନୁମତି ଦେଇଛି ତା'ର ଯାଞ୍ଚ କଲାବେଳେ ଏପରି ତଥ୍ୟ ପଦାକୁ ଆସିଛି । ତହସିଲ ପ୍ରଶାସନର ବ୍ୟବସ୍ଥା ଅନୁସାରେ ୫୨୪୦ ଟଙ୍କାର ଜରିମାନା ରସିଦ୍ କାଟି ମନଇଛା ମାଟି ଉଠାଅ ନୀତି ଚାଲିଛି। ଜରିମାନା ଆଦାୟ କରାଯାଇଥିବା ରସିଦ୍‌ରେ ଉକ୍ତଅର୍ଥ ବେଆଇନ ଭାବେ ମାଇନିଂ ଓ ମିନେରାଲ ପରିବହନ କରିଥିବାରୁ ୧୯୬୩ ନିୟମ ୩୧(ଆଇ) ଅନୁସାରେ ରୟାଲଟି ବାବଦ ଆଦାୟ କରାଗଲା ବୋଲି ଉଲ୍ଲେଖ କରାଯାଇଛି। ଯାହାକୁ ତହସିଲ ପ୍ରଶାସନର ମୌଖିକ ଭାବେ ମାଟି ଉଠାଣ ପାଇଁ ଅନୁମତି ଭାବେ ଧରି ନିଆଯାଇଛି। ଉକ୍ତ ରସିଦ୍ କୌଣସି ମାଟି ଉଠାଣ ପାଇଁ ପ୍ରଶାସନର ଅନୁମତି ପତ୍ର ନୁହେଁ । ରସିଦ୍ କାଟି କିଛି ଅର୍ଥ ସରକାରୀ ଖାତାକୁ ଦେଇ ଅଲିଖିତ ଅନୁମତି ପାଇଁ ବେସରକାରୀ ଭାବେ ହଜାରହଜାର ଟଙ୍କା
ଆଦାୟ ହେଉଥିବା ଜଣାପଡ଼ିଛି। ସେପଟେ ଥରେ ଜରିମାନା ଅର୍ଥ ରସିଦ୍ ହାତରେ ପଡ଼ିଲେ ଶହଶହ ଟ୍ରିପ୍ ମାଟି ଉଠାଇ ବିକ୍ରି ଚାଲିଛି  ସରକାରୀ କଟକଣା ଦିଗହରା
କେଉଁଠାରେ ବିଭିନ୍ନ ଯୋଜନାରେ ମାଟି ଗଚ୍ଛିତ କରାଯାଉଛି। ଏସଂପର୍କରେ ବରୀ ତହସିଲଦାର ଦୀପ୍ତିମୟୀ ବେହେରାଙ୍କୁ ପଚାରିବାରୁ କେହିକେହି ନିଜ ଜମିରୁ ମାଟି, ବାଲି ଉଠାଇବାକୁ ଦରଖାସ୍ତ କରିବାରୁ ସେମାନଙ୍କଠାରୁ ରସିଦ୍ କାଟି ଅନୁମତି ଦିଆଯାଉଛି ବୋଲି କହିଛନ୍ତି। ସେମାନେ ନିଜ ଜମିରୁ ୬ଇଞ୍ଚରୁ ୧ ଫୁଟ ମଧ୍ୟରେ ମାଟି ବାଲିଉଠାଇ ପାରିବେବୋଲି ମତ ଦେଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ ଯଦି ଏହା ପ୍ରଶାସନିକ ବ୍ୟବସ୍ଥା ତେବେ କଟାଯାଉଥିବା ରସିଦ୍‌ରେ ତାହା ଉଲ୍ଲେଖ ରହିବା କଥା। କେଉଁ ଜମିରୁ ମାଟି ଉଠିବ କେଉଁଠାରେ ପଡ଼ିବ, କେତେ ଫୁଟ୍ ଗଭୀର ପର୍ଯ୍ୟନ୍ତ ଖୋଳାଯାଇ ପାରିବ, କେଉଁକେଉଁ ଟ୍ରାକ୍ଟରରେ ପରିବହନ କରା‌ଯିବ ତାହାର ସ୍ପଷ୍ଟ ଚିତ୍ର ରହିବାର ଆବଶ୍ୟକତା ରହିଛି। ସେହିପରି ଲୋକମାନେ ପ୍ରଦାନ କରୁଥିବା ଜମି ପଟାର ଯାଞ୍ଚ ହେବାର ଆବଶ୍ୟକତା ରହିଛି। ଜମି ଖାଲୁଆ କିମ୍ବା ନଦୀ ଗର୍ଭରେ ଥିଲେ ଏଥିରୁ କେମିତି ମାଟି ଉଠାଇବାକୁ ଅନୁମତି ଦିଆଯାଉଛି। ସବୁଠାରୁ ଗୁରୁତର କଥାହେଲା ଥରେ କଟାଇଥିବା ରସିଦ୍‌ର ତାରିଖକୁ ଟାମ୍ପରିଂ କରି ବହୁଦିନ ଧରି ମାଟି ଉଠାଯାଉଥିବା ପରି ଘଟଣା ମଧ୍ୟ ନଜରକୁ ଆସିଛି । ତହସିଲ ପ୍ରଶାସନ ଜରିମାନା ରସିଦ୍‌ଟିଏ କାଟିଦେଇ ମାଲାମାଲ ହେଉଥିବାବେଳେ ମାଟି ବ୍ୟବସାୟୀମାନେ ଗୋଟିଏ ରସିଦ୍ କାଟି ଦେଇ ଶହଶହ ଟ୍ରିପ୍ ମାଟି ବିକ୍ରି କରୁଛନ୍ତି। ସେହି ସମାନ ଅବସ୍ଥା ବେଆଇନ ବାଲି ଘାଟର | ବେଆଇନ ବାଲି ଘାଟରୁ ବାଲି ଉଠାଅ, ହୋର୍ଡିଂ କର, ସବୁ ସମ୍ଭବ ହୋଇପାରୁଛି। ମାଫିଆଙ୍କ ବାଲିଲୁଟ୍ ପୂର୍ବ ପରି ଅତୁଟ ରହିଛି | ତେବେ ରାଜ୍ୟ ସରକାରଙ୍କ ଲଘୁ ଖଣିଜ ଆଇନର କଟକଣା ବରୀରେ ଦିଗହରା ହୋଇ ପଡ଼ିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026

You Might Also Like