-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
13-May-2026
ବଲାଙ୍ଗିର- ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ ନର୍ସିଂ କଲେଜ ଡିଜିଟାଲ ସଭା ଗୃହରେ ରାମଜୀ ଯୁବକ ସଂଘ ତରଫରୁ ବିଶ୍ୱ ସେବିକା ଦିବସ ପାଳନ ହୋଇଯାଇଛି । ଏହି ଅବସର ରେ ସାଇଟ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିବା ବେଳେ ସାଇଟ ନର୍ସିଂ ଅଧ୍ୟକ୍ଷା ସ୍ନିଗଧା ମିନତି ଦାନୀ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ଦୀର୍ଘ ଦୁଇ ଦଶନ୍ଧିରୁ ଉଧ୍ୱର୍ ହେଲା ଅର୍ଥାତ ସାଇଟ କଲେଜ ସ୍ଥାପନ ହେବା ବର୍ଷ ଠାରୁ ମଇ ୧୨ ତାରିଖ ବିଶ୍ୱ ସେବିକା ଦିବସ ସାଇଟ କଲେଜ ପରିସରରେ ପାଳନ କରାଯାଉଅଛି । ଏହି ଅବସରରେ ଅତିଥି ବୃନ୍ଦ ଅତିତର କଥା ମନେ ପକାଇ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଆହତ ସୈନିକ ମାନଙ୍କୁ ସେବା ଦେବାରେ ଫ୍ଲୋରେନ୍ସ ନାଇଟ୍ ଏଙ୍ଗେଲଙ୍କ ଭୂମିକା ଅବିସ୍ମରଣିୟ ଥିଲା ବୋଲି କହିଥିଲେ । ପୁନଶ୍ଚ ବିଜୁଳି ନଥିବାରୁ ଅନ୍ଧାର ରେ ଲେମ୍ପ୍ ଧରି ଆହତଙ୍କ ଚିକିତ୍ସା କରୁଥିବାରୁ ତାଙ୍କୁ “ଲେଡି ଅଫ୍ ଦି ଲେମ୍ପ୍“ ଆଖ୍ୟା ଦିଆଯାଇଥିଲା । ତାଙ୍କ ଜନ୍ମ ଦିନ କୁ ସ୍ମରଣ କରି ସାରା ବିଶ୍ୱ ସେବିକା ଦିବସ ପାଳନ କରୁୁଛି । ଆଜି ଏହି ଉତ୍ସବରେ ସାଇଟ କଲେଜରେ ଏମ.ଏସ.ସି ନର୍ସିଂ ପରୀକ୍ଷା ଥିଲେ ମଧ୍ୟ ବିନା ବାଧାରେ ପରମ୍ପରାକୁ ରକ୍ଷା କରି ଏବଂ ଫ୍ଲୋରେନ୍ସ ନାଇଟ୍ ଏଙ୍ଗେଲଙ୍କୁ ସମ୍ମାନ ଜଣାଇବା ଅର୍ଥରେ ସେବିକା ଦିବସ ପାଳନ କରାଯାଇଥିବାରୁ ଅନୁଷ୍ଠାନ ର ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସାଧୁବାଦ ଜଣାଇଥିଲେ । ରାମଜୀ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ସହ-ଅଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର ଧନ୍ୟବାଦ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରିତା ସହୁ, ସଂଜନା ମିଶ୍ର, ଅର୍ଚନା ମିଶ୍ର, ଜୟଶ୍ରୀ ନାଏକ, ମନୀଷା ଖାଡିଆ, ଅଂକିତା ମେହେର, ଭଗବତି ମେହେର ଅଶୋକ ପଧାନ, ଅମିୟ ଯୋଷୀ, ମହମ୍ବଦ କାଜିମ ,ପ୍ରଶାନ୍ତ ତ୍ରିପାଠୀ, ମୁକେଶ ନାଏକ, ଅଖିଲନାଥ ଗୁରୁ, ଭୀମଶଙ୍କର ମିଶ୍ର, ଜୟନ୍ତ ପଟେଲ, ଜଗନ୍ନାଥ ବେହେରା, ବୁଲୁ ମିଶ୍ର ଏବଂ ଲୋକନାଥ ସିଂହ ସହଯୋଗ କରିଥିଲେ ।