-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
22-Jan-2024
ରୁପ୍ରାରୋଡ (ସଞ୍ଜିବ ଦାସ )
ନର୍ଲା ବ୍ଲକ ବେହେରାପାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଛାତ୍ରଛାତ୍ରୀ ମାନଙ୍କ ପାନୀୟ ଜଳ ବ୍ୟବହାରିକ ସମସ୍ୟା ଲାଗି ରହିଥିଲା କାରଣ କୂଅ ରେ ଲାଗିଥିବା ମୋଟର ଚୋରି ହୋଇଯାଇଥିବା ଫଳରେ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା କିନ୍ତୁ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଆଉ ଗୋଟେ ନୂତନ ସମର ସିବଲ୍ ମୋଟର ସ୍କୁଲ ଫଣ୍ଡ ରୁ କିଣିଥିଲେ ମଧ୍ୟ ତାର ଆନୁସାଙ୍ଗିକ ସାମଗ୍ରୀ ଓ ପାଇପ ଲାଇନ୍ ମରାମତି ଏବଂ ମେକାନିକ ଚାର୍ଜ ଅର୍ଥ ନ ଥିବାରୁ ସ୍କୁଲ ରେ ପାଣି ସମସ୍ୟା ରହିଥିବା ଖବର ନର୍ଲା ପ୍ରେସ ଆସୋସିଏସନ୍ ସଭାପତି ଦୀପକ୍ କୁମାର୍ ସାହୁ ଙ୍କ ପାଖରେ କୌଣସି ସୂତ୍ରରୁ ପହଞ୍ଚିବା ପରେ ଶ୍ରୀ ସାହୁ ତୁରନ୍ତ ପାଣି ମୋଟର କୁଶଳୀ ମେକାନିକ୍ କୁଲି ମାନଙ୍କୁ ଯୋଗାଡ କରି ନିଜସ୍ଵ ଖର୍ଚ୍ଚରେ ସମସ୍ତ କାର୍ଯ୍ୟ ତ୍ବରାନ୍ବିତ କରି ଛାତ୍ରଛାତ୍ରୀ ମାନଙ୍କ ପାଣି ସଙ୍କଟ ଦୂର କରିଥିବାରୁ ଶ୍ରୀ ସାହୁ ଙ୍କୁ ଗ୍ରାମର ବୁଦ୍ଧିଜୀବୀ ଶିକ୍ଷା ପରିଚାଳନା କମିଟି ଓ ଅଭିଭାବକ ମାନେ କୃତଜ୍ଞତା ଜଣାଇଛନ୍ତି