-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
22-Jan-2024
ପୁଇଁତଳା , (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅଧିନସ୍ଥ ପାଙ୍କେଲବାହାଲ ଜୟ ଭବାନୀ ସଂସ୍କୃତି କଳା ପରିଷଦ ତରଫରୁ ଆୟୋଜନ ହେଉଥିବା ସପ୍ତମ ଧନୁଯାତ୍ରା ମହୋତ୍ସବ ମହା ସମାରୋହରେ ଉଦଘାଟିତ ହୋଇଛି l ଏହି ଉଦଘାଟନି ସମାରୋହରେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଯୋଗିନ୍ଦ୍ର ବେହେରାଙ୍କ ସୁପୁତ୍ର ନିହାର ରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ,ସମ୍ମାନିତ ଅତିଥି ଭାବରେ ବହଳପଦର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ପ୍ରମୋଦ ବିଶି, ଧନୁଯାତ୍ରା କମିଟି ସଭାପତି ଶ୍ରୀପତି ବାଗ ମଞ୍ଚlସିନ ଥିବା ବେଳେ ସାମ୍ବାଦିକ ରାଧେଶ୍ୟାମ ହାତୀ ସଭା ପରିଚାଳନା କରିଥିଲେ l ମହୋତ୍ସବ ର ପ୍ରଥମ ରଜନୀରେ ଉଗ୍ରେସଙ୍କ ଗାଦିଚ୍ୟୁତ,କଂସ ର ସିଂହାସନ ଆରୋହଣ,ଦେବକୀ ବସୁଦେବ ବିବାହ ,ଦେବକିର ପୁତ୍ର ଜନ୍ମ ସହ ତୃତୀୟ ପୁତ୍ର କୁ ନୃଶଂସ ଭାବରେ କଂସର ହତ୍ୟା ଚରିତ୍ର କୁ ଅତି ନିଖୁଣ ଭାବରେ କଳାକାର ମାନେ ପ୍ରଦର୍ଶିତ କରିଥିଲେ l କଳାକାର ମାନଙ୍କ ନିଖୁଣ ଅଭିନୟ ଦେଖି ଦର୍ଶକ ଅତି ଆନନ୍ଦ ଅନୁଭବ କରିଥିବା ଜଣାଗଲା l ଏହି ଧନୁଯାତ୍ରା ପାଞ୍ଚଦିନ ପର୍ୟ୍ଯନ୍ତ ଆୟୋଜନ ହେଉ ଥିବାବେଳେ ଗୁରୁବାର ତଥା ପୌଷ ପୂର୍ଣ୍ଣିମା ଦିନ ସମାପନ ହେବ । ଏହି ଧନୁଯାତ୍ରା ରେ ଭାଲେର ଗ୍ରାମର ରାଧାକାନ୍ତ ନାଏକ କଂସ ଭୂମିକା, ଶ୍ରୀନିବାସ ନାଏକ ଉଗ୍ରେସନ ଭୂମିକା ରେ ଅଭିନୟ କରିଥିଲେ । ଏହି ଧନୁଯାତ୍ରା କୁ ସମସ୍ତ ଗ୍ରାମବାସୀ ସହଯୋଗ କରିଥିବା ବେଳେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି l