-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
21-Jan-2024
ତୁଷୁରା( ପଞ୍ଚାନନ ନାଏକ ) ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲାବ୍ଲକ ଅନ୍ତର୍ଗତ ଲୁର୍କି ଗ୍ରାମରେ ୧୪୮ ତମ ଧନୁଯାତ୍ରା ଉଦଘାଟିତ ହୋଇଯାଇଛି ।ଧନୁଯାତ୍ରା କମିଟିର ସଭାପତି ପୁରନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତୁଷୁରା ତହସିଲଦାର କର୍ଣ୍ଣ ମଲ୍ଲିକ ଯୋଗଦେଇ ଆନୁଷ୍ଠାନିକ ଭାବେ ଧନୁଯାତ୍ରାକୁ ଉଦଘାଟନ କରିବା ସହ ରାଜକୀୟ ଅତିଥି ଭାବରେ ଯୋଗ ଦେଇଥିଲେ। ମଥୁରା ନଗରୀରେ ଦେବକୀ ବସୁଦେବ ବିବାହ,ଉଗ୍ରସେନ ଙ୍କ ଗାଦିଚ୍ୟୁତ,କଂସଙ୍କ ରାଜ୍ୟାଭିଷେକ, ଦୈବବାଣୀ ଓ ବାସୁଦେବ ଦେବକିଙ୍କୁ କାରାଗାରରେ ବନ୍ଦୀ,ଦେବକୀଙ୍କ ପୁତ୍ର ବିନାଶ ଆଦି ଦୃଶ୍ୟ ପରିବେଷିତ ହୋଇଥିଲା ।ଏହି ନାଟକରେ ଉଗ୍ରେସନ ଭୂମିକାରେ ପ୍ରଶାନ୍ତ ତ୍ରିପାଠୀ,ବାସୁଦେବ ଭୂମିକାରେ ପ୍ରତାପ ନନ୍ଦ,କଂସ ଭୂମିକାରେ ଦିଲୀପ ମେହେର, ନାରଦ ଦିବ୍ୟ ମଟାରି ପ୍ରମୁଖ ଅଭିନୟ କରିଥିଲେ ।ଏହି ଧନୁଯାତ୍ରାକୁ କମିଟିର ସମ୍ପାଦକ ରାଘବ ପ୍ରଧାନ ,ଅର୍ଜୁନ ପ୍ରଧାନ,ଟ।ଙ୍ଗୁରୁ ପ୍ରଧାନ,ଅଜୁ ପ୍ରଧାନ, ବିଶ୍ୱନାଥ ସାହୁ,ଶାନ୍ତନୁ ଭୋଇ,ରଘୁ ବଗାର, ଉଜ୍ଜଳ ବକୁଳ,ମନୋଜ ବଗର୍ତ୍ତୀଙ୍କ ସମେତ ଗ୍ରାମବାସୀ ସହଯୋଗ କରୁଛନ୍ତି l