-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
21-Jan-2024
ବୋଡ଼େନ ( ଡୋଲେସ୍ବର ଵାଗ )
ଦାଦନ ଗଳ୍ପର ବିଭିନ୍ନ ପୃଷ୍ଠାରେ ଭିନ୍ନ ଭିନ୍ନ କାହାଣୀ ଲେଖି ଚାଲିଥିବାବେଳେ ପୁଣି ଏକ ନୂଆ ପୃଷ୍ଠା ଖୋଲିଲା ନିରା ମାଝୀଙ୍କ ନାମରେ ।ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଯୁବରାଜ ପୁର ଗ୍ରାମର ନିରା ମାଝୀ (୫୫ବର୍ଷ),ତାଙ୍କ ସ୍ତ୍ରୀ ସୁବର୍ଣୀ ମାଝୀ(୫୦ବର୍ଷ),ପୁଅ ତାରାଚନ ମାଝୀ ବୟସ ୨୪ ଓ ପୁଅ ବୋହୂ ଭାଗ୍ୟବତୀ ମାଝୀ ବୟସ ୨୨ ଙ୍କୁ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମର ଦାଦନ ଦଲାଲ ତୀର୍ଥ ମାଝୀ ଇଟା ଭାଟି କମ୍ପାନୀରେ ଶ୍ରମିକ କାମ କରିବାକୁ ମିଠା କଥା କହି ତେଲେଙ୍ଗାନା ରାଜ୍ୟର ବନ ଗିରି ଜିଲ୍ଲାର ତୁର୍କା ଫୁଲି ଗ୍ରାମର ଏକ ଇଟା ଭାଟି କମ୍ପାନୀକୁ ନେଇ ଥିଲା ଗତ ଅକ୍ଟୋବର ମାସରେ ।ସୂଚନା ଅନୁସାରେ ଇଟା ଭାଟି ମାଲିକ ଭେଙ୍କେଟେଶ ଜେବ୍ରା ଏହି ପରିବାରକୁ ସେହି କମ୍ପାନୀରେ ବହୁତ ଗାଳି ଗୁଲଜ କରିବା ସହିତ ଜୀବନରେ ମାରିଦେବାର ଧମକ ମଧ୍ୟ ଦେଉଥିଲା ।ତଥାପି ପେଟ ପୋଷ ନାହିଁ ଦୋଷ ଏବଂ ଜୀବନ ଭୟରେ ଏମାନେ କଠିନ ପରିଶ୍ରମ କରି ଚାଲିଥିଲେ ହେଲେ ଚଳିତ ଜାନୁଆରୀ ୭ ତାରିଖ ଦିନ ପୂର୍ବାହ୍ନ ୧୧ ଘଣ୍ଟା ପରିବାର ଇଟା ତିଆରି କରୁଥିବା ବେଳକୁ ମାଲିକ ଜେବ୍ରା ନାଲି ରଙ୍ଗର ମାରୁତି କାର ଚଢ଼ି ଆସିଥିଲା ଏବଂ ନୀରା ମାଝୀଙ୍କୁ ଜୋର ଜବରଦସ୍ତ ସେହି ମାରୁତି କାରରେ ବସାଇ ଅନ୍ୟ କେଉଁଆଡ଼େ ନେଇଗଲା ।ନେବା ସମୟରେ ଶୁବର୍ଣୀ ମାଝୀ ନିଜ ସ୍ବାମୀଙ୍କୁ ଅନ୍ୟତ୍ର ନ ଦେବାକୁ ପରିବାର ଲୋକଙ୍କ ସହିତ କାକୁତି ବିନତି କରିଥିଲେ କିନ୍ତୁ ମାଲିକ ଏମାନଙ୍କ ଗୁହରିକୁ କର୍ଣ୍ଣପାତ କରିନଥିଲା ,ମାନିଲା ନାହି ବରଂ ନିରା ମାଝୀଙ୍କୁ ଅନ୍ୟତ୍ର ନେଇ ଚାଲିଗଲା ।ନିଜ ସ୍ବାମୀ ପାଇଁ ଚିନ୍ତିତ ସୂବର୍ଣୀ ମାଝୀ ମାଲିକ ପାଖରେ ହାତ ଯୋଡ଼ି ଅନେକ ପ୍ରକାର ଗୁହାରି କଲେ ତାଙ୍କ ସ୍ବାମୀଙ୍କୁ ଆଣି ଦେବାକୁ ହେଲେ ମାଲିକ ଆଣିଦେବା ପରିବର୍ତ୍ତେ ପରିବାରକୁ ବହୁତ ଗାଳି କରି ଜାନୁଆରୀ ୧୦ ତାରିଖ ଦିନ ଇଟା ଭାଟି କମ୍ପାନୀରୁ ସୁବାର୍ଣୀ ଓ ତାଙ୍କ ପୁଅ ସହିତ ବୋହୂକୁ ବାହାର କରିଦେଲା ।ସୂଚନା ଅନୁଯାୟୀ ମାଲିକକୁ ଫୋନ କଲେ ଦାଦାଗିରି କରିଥାଏ ବୋଲି ପରିବାର ଲୋକ କହନ୍ତି ।ବଡ଼ ଦୁଃଖ କଷ୍ଟରେ ନିଜ ବାସସ୍ଥାନକୁ ଫେରିବାପରେ ସୁବର୍ଣ୍ଣୀ ମାଝୀ ବୋଡ଼େନ ଥାନାରେ ଦଲାଲ ଓ ମାଲିକ ନାମରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।ନିରୀହ ମହିଳା ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେବାକୁ ବାଧ୍ୟ ହୋଇଛି ।