-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
21-Jan-2024
(ଡୋଲେସ୍ବର ଵାଗ )
ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅର୍ନ୍ତଗତ ହାତୀବନ୍ଧା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଭାଷା, ସାହିତ୍ଯ ଓ ସୃଜନଶୀଳତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି ା ଏନେଇ ପ୍ରଧାନଶିକ୍ଷକ ଭୁବନେଶ୍ୱର ମେହେରଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସଭାକାର୍ଯ୍ଯରେ ମୁଖ୍ଯ ଅତିଥି ଭାବରେ ସରପଂଚ ଜୟନ୍ତୀ ବେହେରା ଓ ସମ୍ମାନିତ ଅତିଥି ଭାବରେ ସମିତି ସଭ୍ଯ ସଞ୍ଜୟ ମାଝି, ପୂର୍ବତନ ପ୍ରଧାନ ଶିକ୍ଷକ ପର୍ଶୁରାମ ମେହେର, ପ୍ରମୋଦ କୁମାର ପଣ୍ଡା, ପୂର୍ବତନ କିରାଣୀ ହନୁମାନ ବେହେରା, ବରିଷ୍ଠ ଶିକ୍ଷକ କମଳ ପ୍ରସାଦ ମିଶ୍ର, ଆଲୁମିନି ପ୍ରେସିଡେଣ୍ଟ ରମେଶ ମେହେର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଊତ୍ସାହିତ କରିଥିଲେ ା ଶିକ୍ଷୟିତ୍ରୀ ହିମାଦ୍ରୀ ମେହେର ମଂଚ ପରିଚାଳନା କରିଥିଲେ ା ଅତିଥି ମାନେ ବେଷ୍ଟ ହାଉସ ଭାବରେ ଉଦନ୍ତୀ ହାଉସକୁ ପୁରସ୍କୃତ କରିଥିଲେ ା କାର୍ଯ୍ଯକ୍ରମ ସଫଳତାରେ କୌଶଳି କ୍ଲବ ମେଣ୍ଟର ରୂପେଶ କୁମାର ମେହେର, ସାହିତ୍ୟ ସୃଜନୀ ମେଣ୍ଟର ମନୋଜ ମାଝୀ, କ୍ରୀଡାଙ୍ଗନ କ୍ଲବ ମେଣ୍ଟର ଅନିଲ କୁମାର ମେହେର, ଜିଜ୍ଞାସା କ୍ଲବ ମେଣ୍ଟର୍ ସୁବାଷ ମେହେରଙ୍କ ସହ ଚନ୍ଦ୍ରମଣୀ ମେହେର, ପ୍ରିତିଶ କୁମାର ପ୍ରଧାନ, ନିପେନ୍ଦ୍ର ବାଗ, ନିଗମାନନ୍ଦ ମିଶ୍ର, ବୈଷ୍ଣବ ମେହେର, ଲକ୍ଷ୍ମୀକାନ୍ତ ମେହେର, ଜଗଦିଶ ମେହେର ପ୍ରମୁଖ ସହଯୋଗ କରିଥିଲେ