-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
18-Dec-2020
କଳାହାଣ୍ଡି, (ପ୍ରେରଣା ଖବର ବ୍ୟୁରୋ) : ପୋଲିସ୍ କବଜାରେ ରସିକିଆ ପୋଲିସ୍ ଅଧିକାରୀ। ପୋଲିସ୍ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଜଣେ ବିବାହିତା ମହିଳାଙ୍କ ସହ ପ୍ରେମ ଓ ପ୍ରତାରଣା ସହ ବ୍ଲାକମେଲିଂ କରିବା ଭଳି ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାଲକାନଗିରି ସଦର ଥାନା ଡିଏସ୍ପି ଅକ୍ଷୟ ନାୟକଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆସିଛି। କଳାହାଣ୍ଡି ପୋଲିସ ତାଙ୍କୁ ଅଟକ ରଖିଛି।
ମିଳିଥିବା ସୂଚନା ମୁତାବକ, ଜଣେ ବିବାହିତା ମହିଳା କନଷ୍ଟେବଳ ସହ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ନେଇ କେସିଙ୍ଗା ଥାନାରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ମହିଳା କନଷ୍ଟେବଳ ଜଣଙ୍କ କେସିଙ୍ଗା ଥାନାରେ କାର୍ଯ୍ୟରତ ଅଛନ୍ତି। ଅଟକ ଡିଏସ୍ପି ଅକ୍ଷୟ ନାୟକ ୧୦ ବର୍ଷ ତଳେ କେସିଙ୍ଗାରେ କାର୍ଯ୍ୟରତ ଥିବା ବେଳେ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିବା କୁହାଯାଉଛି। ସେ ତାଙ୍କୁ ମନ୍ଦିରରେ ବିବାହ କରିଥିଲେ ବୋଲି ମହିଳା କନେଷ୍ଟବଳ ଜଣଙ୍କ ଦାବି କରିଛନ୍ତି।