-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
18-Dec-2020
ସମ୍ବଲପୁର,(ଦେବାଶିଷ ବେହେରା ଙ୍କ ରିପୋର୍ଟ): ଆସନ୍ତା ଜାନୁଆରି ୩ ତାରିଖରୁ ସମଲେଶ୍ବରୀ ମନ୍ଦିର ସମେତ ସମ୍ବଲପୁରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ଜିଲ୍ଲାପାଳଙ୍କ ଅଫିସରେ ମହାନଗର ନିଗମ କମିସନର ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଧର୍ମାନୁଷ୍ଠାନ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ହୋଇଛି। କୋଭିଡ ନିୟମ ପାଳନ ସହ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି। ତେବେ କୋଭିଡ କଟକଣାର ଉଲ୍ଲଂଘନ ହେଲେ ସଂପୃକ୍ତ ଧର୍ମାନୁଷ୍ଠାନ ପରିଚାଳନା ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।